Advertisment

Hair Care Tips: ଚୁଟିରେ ଏମିତି ଲଗାନ୍ତୁ ଜାମୁକୋଳି ମଞ୍ଜି ପାଉଡର୍; ଚୁଟି ପାଚିବନି, ଝଢିବନି

ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।

author-image
Pramod Behera
ଅଦ୍ୟତନ ହୋଇଛି
Beauty tips blackberry seed powder for grey hair

Beauty tips blackberry seed powder for grey hair

ଗ୍ରୀଷ୍ମ ଋତୁର ଶେଷ ଆଡକୁ କଳା ରଙ୍ଗର ଖଟାମିଟା ସ୍ୱାଦିଷ୍ଟ ଜାମୁକୋଳି ବଜାରରେ ଉପଲବ୍ଧ ହେବା ଆରମ୍ଭ ହୁଏ। ଏହି ଫଳ ବର୍ଷରେ ମାତ୍ର ଦୁଇଟି ମାସରେ ମିଳେ। ଏହା ପ୍ରତିବର୍ଷ ଜୁନ୍ ଏବଂ ଜୁଲାଇ ମାସରେ ମିଳେ। ଲୋକେ ଏହାକୁ ଖାଇବା ପରେ ଏହାର ମଞ୍ଚିକୁ ଫୋପାଡି ଦିଅନ୍ତି।

Advertisment

ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।

ଜାମୁକୋଳି ମଞ୍ଜିରେ ଭିଟାମିନ୍ C, ଆଇରନ୍ ଏବଂ କ୍ୟାଲସିୟମ୍ ଥାଏ। ଏଥିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ଚୁଟି ପାଇଁ ଅନେକ ଉପାୟରେ କାମ କରେ। ଏହା ପାଚିଲା ଚୁଟିକୁ ମଧ୍ୟ କଳା କରିପାରେ, ଝଡିବାରୁ ରୋକେ ଆଉ ଚୁଟିକୁ ମଜଭୁତ କରେ। ତେବେ ଆସନ୍ତୁ ଜାଣିବା ଚୁଟି ପାଇଁ ଜାମୁକୋଳି ମଞ୍ଜିକୁ କିପରି ବ୍ୟବହାର କରାଯାଏ ଏବଂ ତା’ପରେ ଏହାର ଉପକାରିତା କ’ଣ।

Advertisment

ଚୁଟି ପାଇଁ ଫାଇଦା:

  • ଜାମୁକୋଳି ମଞ୍ଜିର ପାଉଡର ଅନେକ ଉପାୟରେ ଚୁଟି ପାଇଁ ଲାଭଦାୟକ। ଏଥିରେ ରିବୋଫ୍ଲାଭିନ, ଫସ୍‌ଫରସ୍, ଥିଏମାଇନ୍ ଏବଂ ନିୟାସିନ୍ ଭରପୂର ଥାଏ ଯାହା ଚୁଟି ଝଡିବାକୁ ନିୟନ୍ତ୍ରଣ କରିଥାଏ। ଏହା ସହିତ ଏହା ରୂପିକୁ ମଧ୍ୟ ହ୍ରାସ କରିଥାଏ ଏବଂ ଖପୁରୀକୁ ସଫାକରିବା ସହ ରକ୍ତ ସଞ୍ଚାଳନକୁ ବଢାଇଥାଏ। ଏହା ସହିତ ଏହା କୋଲାଜେନ୍ ଉତ୍ପାଦନକୁ ବଢାଇଥାଏ ଏବଂ ଚୁଟି ପାଚିବାକୁ ରୋକିଥାଏ।
  • ଭିଟାମିନ୍ C ଏବଂ ଫୋଲିକ୍ ଏସିଡ୍‌ରେ ଭରପୂର, ଜାମୁ ପାଉଡର ଚୁଟି ବଢିବାର ପ୍ରାକୃତିକ ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା ଚୁଟିର ମୂଳକୁ ପୋଷଣ କରେ, ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ ଏବଂ ଏହାର ପ୍ରାକୃତିକ ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ।

କିପରି କରିବେ ବ୍ୟବହାର:

  • ଚୁଟି କଳା କରିବା ପାଇଁ ଜାମୁମଞ୍ଜି ପାଉଡରରୁ ଆପଣ ଏକ ହେୟାର ସେରମ୍ (hair diy serum) ତିଆରି କରିପାରିବେ। ଏଥିପାଇଁ ପାଣି କିମ୍ବା କ୍ଷୀରରେ ଜାମୁମଞ୍ଜି ପାଉଡରକୁ ମିଶାଇ ଭଲ ଭାବରେ ଗୋଳାନ୍ତୁ। ଏହାକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ। ଏହା ପରେ ଏହାକୁ ଚୁଟିରେ ସ୍ପ୍ରେ କରନ୍ତୁ। ଯଦି ଏହା ପାଣିରେ ଗୋଳାଯାଇଥାଏ ତେବେ ଏହାକୁ ରାତିସାରା ଛାଡିଦିଅନ୍ତୁ ଏବଂ ଯଦି ଏହା କ୍ଷୀରରେ ଗୋଳାହୋଇଥାଏ ତେବେ କିଛି ସମୟ ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
  • ଅନ୍ୟ ଏକ ଉପାୟରେ ଜାମୁମଞ୍ଜି ପାଉଡରକୁ ହେୟାର୍ ମାସ୍କ ଭାବେ ମଧ୍ୟ ବ୍ୟବହାର କରାଯାଇପାରେ। ଏହାକୁ ହେନା, ଦହି, ମହୁ ମିଶାଇ ହେୟାର୍ ମାସ୍କ ତିଆରି କରିପାରିବେ।

ସାମଗ୍ରୀ:

  • ୨ ଚାମଚ ଜାମୁମଞ୍ଜି ପାଉଡର
  • ୧ ଚାମଚ ମହୁ
  • ୪ ଚାମଚ ହେନା ପାଉଡର
  • ୧ ଗିନା ଦହି

ଏହି ସବୁ ଜିନିଷକୁ ମିଶ୍ରଣ କରି ହର୍ବାଲ୍ ହେୟାର ମାସ୍କ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ପେଷ୍ଟକୁ ୩୦ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଚୁଟିରେ ଲଗାଇ ରଖନ୍ତୁ ଏବଂ ତା’ପରେ ପାଣିରେ ସାମ୍ପୋ କରି ସଫା କରିଦିଅନ୍ତୁ।

Hair Care Health Tips
Advertisment
Advertisment