ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି।
ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।
କରୋନା ମହାମାରୀ ଭିତରେ ଖୋର୍ଦ୍ଧାବାସୀଙ୍କୁ ଡେଙ୍ଗୁ ଚିନ୍ତା ଘାରିଛି। ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ଶହ ପାର୍ କରିଛି।