ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।
ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ ଜାଣିନେବା।
ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।
ଅତି ଜରୁରୀ ନଥିଲେ SCB ଆସନି । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କ’ଣ ହେବ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି SCB ଅଧୀକ୍ଷକ ।
ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସକରାତ୍ମକ ରଖିବାକୁ ହେଲେ କେତେକ ଟିପ୍ସ ଉପରେ ନଜର ରଖିବାକୁ ହେବ। ତେବେ ଆସନ୍ତୁ ସେହି ଟିପ୍ସଗୁଡିକ କ’ଣ ଜାଣିନେବା ଆଉ ନିଜକୁ ସବୁ ପରିସ୍ଥିତିରେ ବି ପଜିଟିଭ୍ ରଖିବା।
ଗାଁରେ ମେଡିକାଲ ଟିମ୍ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।
ଉଷ୍ଟ୍ରାସନ ଅନେକ ଶାରିରୀକ ସମସ୍ୟାକୁ ଦୂର କରେ। ଏହା ଏମିତି ଏକ ଯୋଗାସନ ଯାହା ସାହାଯ୍ୟରେ ଆପଣ ନିଜ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିପାରିବେ। ଏହା ଦ୍ୱାରା ହରମୋନ୍ ସମସ୍ୟା ସହଜରେ ସନ୍ତୁଳିତ ହୋଇପାରିବ। ଆସନ୍ତୁ ଜାଣିବା ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ କ’ଣ…
ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ ଅନେକ ନିଜ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ବିଶେଷକରି ରାତ୍ରି ଭୋଜନକୁ ଅନେକ ଅବହେଳା କରନ୍ତି। ଏହା କିନ୍ତୁ ସାଂଘାତିକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ରାତ୍ରି ଭୋଜନର ପ୍ରକୃତ ସମୟ କ’ଣ…
ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି ।
ଡିପ୍ଥେରିଆ ଏକ ଗଳା ସମ୍ବିନ୍ଧିତ ରୋଗ । ସାଧାରଣତଃ ଏହି ରୋଗ ୫ ବର୍ଷ ପିଲାଙ୍କଠାରେ ଦେଖାଯିବା ସହ ୬୦ ବର୍ଷ ପରେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖ୍ୟାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।
ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।
ଭ୍ରମଣ ସମୟରେ ଆପଣ ଯଦି ବାନ୍ତି ପରି ସମସ୍ୟା ଭୋଗୁଛନ୍ତି, ତେବେ ଏଠାରେ କିଛି ଟିପ୍ସ ଏବଂ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ଏହି ଟିପ୍ସ ଆପଣଙ୍କ ବାନ୍ତିକୁ ନିୟନ୍ତ୍ରଣ କରିବ ଏବଂ ଆପଣଙ୍କର ଯାତ୍ରା ଉପଭୋଗ କରିବାରେ ସାହାଯ୍ୟ କରିପାରିବ।
ଟାଟୁରୁ ହୋଇପାରେ ଲିମ୍ଫୋମା ବ୍ଲଡ କ୍ୟାନସର ବା ରକ୍ତ କର୍କଟ। ସ୍ବିଡେନରେ କରାଯାଇଥିବା ଏକ ଷ୍ଟଡିରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।
ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ ବେଶ ଉପକାରୀ।
ବର୍ଷା ଆସିବା ମାତ୍ରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା କେବଳ ବଢିଯାଏ ନାହିଁ ବରଂ ଅନ୍ୟାନ୍ୟ ସମସ୍ୟା ସହ ଆଖି ସଂକ୍ରମଣ ମଧ୍ୟ ଆରମ୍ଭ ହୁଏ। ତେବେ ଆସନ୍ତୁ ୫ଟି ସାଧାରଣ ଆଖି ସଂକ୍ରମଣ ଓ ଏହାର ସମାଧାନ ବିଷୟରେ ଜାଣିନେବା।
ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ । କାଲିଠୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ।
ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ଦୋଷ ଲଦାଲଦି ।
ଅନେକ ଲୋକ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି। ଲେମ୍ବୁ କେବଳ ଖାଦ୍ୟର ସ୍ୱାଦକୁ ବଢାଇଦିଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ। କିନ୍ତୁ ଏହାକୁ ଯଦି ଭୁଲ ଭାବରେ ଖିଆଯାଏ, ତେବେ ଏହା ଆପଣଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।
ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ।
ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା । ଖରାପ ଖାଦ୍ୟାଭାସ ଏବଂ ଜଙ୍କ ଫୁଡ୍ ପାଇଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ । ବର୍ତ୍ତମାନ ସମସ୍ତେ ଚାହାଁନ୍ତି ଫିଟ୍ ରହିବା ପାଇଁ । ତେଣୁ ଏଥିପାଇଁ ବହୁତ ନିୟମ ଆପଣାଇଥାନ୍ତି।
ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି।
ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁର ହଟ୍ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ରାୟଗଡ଼ା କାଶୀପୁରରେ ଡିପଥେରିଆ ପରେ, ଏବେ ମୁନିଗୁଡ଼ାରେ ଝାଡାବାନ୍ତି ଆତଙ୍କ। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୬ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।