• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟର ଅଧିଷ୍ଟାତ୍ରୀ ଦେବୀ ମୁତ୍ୟାଲୁମା । ପୁରଣ କରନ୍ତି ସମସ୍ତଙ୍କ ମନସ୍କାମନା । ଯିଏ ହୃଦୟରୁ ଡାକେ ମାଆ ତାଙ୍କ କଥା ନିଶ୍ଚୟ ଶୁଣନ୍ତି । ଏମିତିକି ଲୋକେ କହନ୍ତି ମାଆଙ୍କୁ ଡାକିଲେ ସେ ଓ’ କରନ୍ତି ।

ନବରାତ୍ର ଆରମ୍ଭରୁ ବିଭିନ୍ନ ଦେବୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି । ଶକ୍ତି ଦାୟିନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ରୀତିନୀତିରେ ପୂଜାର୍ଚ୍ଚନା ହେଉଛି। ହେଲେ ମାଆ ମୁତ୍ୟାଲୁମାଙ୍କର କିନ୍ତୁ ମୁଳାଷ୍ଟମୀ ଦିନ ଠାରୁ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହେଉଛି। ଏହି ପୂଜା ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ । ୧୬ ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ମାଆଙ୍କ ସ୍ୱତନ୍ତ୍ର ବ୍ରହ୍ମ ଆଳତୀ ହେବ । ଏବେ ମାଆ ଦୁର୍ଗାଙ୍କ ଆଗମନ ହୋଇଥିବାରୁ ମାଆ ମୁତ୍ୟାଲୁମାଙ୍କ ଡାହାଣ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ମାଙ୍କ ନିକଟରେ ୧୧ ପ୍ରକାର ଭୋଗ ଲାଗି ହୁଏ।

୧୮୬୫ ମସିହାରୁ ମୁତ୍ୟାଲୁମା ଟିକିରାସାହିସ୍ଥିତ ମନ୍ଦିରରେ ପୂଜା ପାଇ ଆସୁଛନ୍ତି। ଏହା ସହ ଭାଣ୍ଡୀ ସାହି ସ୍ଥିତ ମୁଖ୍ୟ ପୂଜକଙ୍କ ଘରେ ପୀଠ ରହିଛି । କାର୍ତ୍ତିକ ମାସରେ ଏହି ପୀଠରେ ମାଆଙ୍କ ସ୍ୱତନ୍ତ୍ର ପୂଜା ହୋଇଥାଏ। ସେହିପରି ବର୍ଷକ ୧୨ ମାସରେ ୪୮ଟି ଯାତ୍ରା ହୋଇଥାଏ । ମାଆଙ୍କ ନିକଟରେ ମାନସିକ ରଖି ମନୋସ୍କାମନା କଲେ ପୁରଣ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଅବିଭକ୍ତ କୋରାପୁଟ ସମେତ ପଡ଼ୋଶୀ ରାଜ୍ୟର ଶ୍ରଦ୍ଧାଳୁ ମାନେ ମଧ୍ୟ ଏଠାରେ ମାଆଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥାନ୍ତି।

 

  • Reported by:
  • Surya Narayan Panda