Advertisment

Farmer Day: ଦିନେ ଚୁଲି ମୁଣ୍ଡରେ ନିଜର ଭାଗ୍ୟକୁ ଦେଖୁଥିଲେ, ଆଜି ଦିଲ୍ଲୀ ଦରବାରରେ ତାଙ୍କ ନାଁ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି। ସେ ହେଲେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଗୁଇଲି ଗ୍ରାମର ସୁବାସା ମହାନ୍ତ।

author-image
Pramod Behera
Successful woman farmer Subasa Mahata

Successful woman farmer Subasa Mahata

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି। ସେ ହେଲେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଗୁଇଲି ଗ୍ରାମର ସୁବାସା ମହାନ୍ତ।

Advertisment

ସୁବାସା ନିଜ ହାତରେ ଫଳଉଛନ୍ତି ମାଣ୍ଡିଆ। ମାଣ୍ଡିଆର ସବୁଜିମାରେ ଭରିଦେଇଛନ୍ତି କ୍ଷେତ। ସୁବାସାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି ତାଙ୍କ ସ୍ୱାମୀ। ଦିନେ ସୁବାସା ଘରର ଚାରି କଣ ଚୁଲି ମୁଣ୍ଡରେ ନିଜର ଭାଗ୍ୟକୁ ଦେଖୁଥିଲେ। ସମୟ ବଦଳିଗଲା। ସେ ମାଣ୍ଡିଆ ଭଳି ଏକ ଚାଷ କରିବାର ଉପାୟ ପାଇଗଲେ। ଆଉ ଆଜି ସେ ନିଜେ ସାବଲମ୍ବୀ ହବା ସହିତ ଅନ୍ୟକୁ ରୋଜଗାରର ବାଟ ଦେଖାଇଛନ୍ତି।

ସୁବାସା ମହାନ୍ତ କିଛି ବର୍ଷ ପୂର୍ବରୁ ମିଲେଟ ମିଶନ ମାଧମରେ ମାତ୍ର ୭୦୦ଗ୍ରାମ ମାଣ୍ଡିଆ ଆଣି ଚାଷ କରିଥିଲେ। ଆଜି ସେ ଏକର ଏକର ଜମିରେ ମାଣ୍ଡିଆ ଫଳଉଛନ୍ତି ଆଉ ମାଣ୍ଡିଆ ମା’ ଭାବେ ପରିଚୟ ପାଇଛନ୍ତି। ସେ ନିଜେ ଖାଲି ଚାଷ କରି ପେଟ ପୋଷୁ ନାହାନ୍ତି। ଗ୍ରାମର ଅନେକ ମହିଳାଙ୍କୁ ମାଣ୍ଡିଆ ଚାଷ କରିବା ଶିଖାଇଛନ୍ତି ଆଉ ଜଣେ ସଫଳ ଚାଷୀ ଭାବେ ମୟୁରଭଞ୍ଜର ନା’କୁ ଆଜି ଦିଲ୍ଲୀ ଦରବାରରେ ପହଞ୍ଚେଇଛନ୍ତି।

Advertisment

ଗତ କିଛି ଦିନ ପୂର୍ବରୁ ଚାଲିଥିଲା G20 ସମ୍ମିଳନୀର ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩। ଏଥିରେ ସୁବାସା ସାମିଲ୍ ହୋଇଥିଲେ। ସେଠାରେ ସେ ମାଣ୍ଡିଆରେ ପ୍ରସୂତ ଖାଦ୍ୟ ସହିତ ମାଣ୍ଡିଆ ଚାଷର ଅଭିଜ୍ଞତା ବଖାଣିଥିଲେ ଆଉ ପ୍ରଶଂସାର ପାତ୍ରୀ ହୋଇଥିଲେ।

ପୂର୍ବରୁ ଏ ପୁରୁଷ ପ୍ରଧାନ ଦେଶରେ ସିନା କେବଳ ପୁରୁଷ ମାନେ ଚାଷ କାମ କରୁଥିଲେ, ହେଲେ ଆଜି ସମୟ ବଦଳିବା ସହି ମହିଳାମାନେ ମଧ୍ୟ ସଶକ୍ତ ହୋଇଛନ୍ତି ଆଉ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶେଇ ଆଗକୁ ଯାଉଛନ୍ତି। ସଫଳ ମହିଳା ଚାଷୀ ସୁବାସା ମହାନ୍ତ ଏହାର ଉଦାହରଣ।

(କରଞ୍ଜିଆରୁ ଦୀପକ କୁମାର ମହାନ୍ତଙ୍କ ରିପୋର୍ଟ)

Successful Woman Successful Farmer
Advertisment
Advertisment