ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।
ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା ବୋଲି କୁହାଯାଏ। ତେବେ ଓଡ଼ିଶାରେ ଦୁର୍ଗାପୂଜା କେବେ ଆରମ୍ଭ ହେଲା ଆସନ୍ତୁ ଜାଣିବା।