Advertisment

Durga Puja 2023: ଏହି ମସିହାରୁ କଟକରେ ପାଳନ ହୋଇଆସୁଛି ଦୁର୍ଗାପୂଜା

ଦୁର୍ଗାପୂଜା ଆଉ କଟକ ସହର ଉଭୟ ଅଙ୍ଗାଙ୍ଗୀଭାବେ ଜଡିତ। ହଜାରେ ବର୍ଷର ସହର କଟକ ସହରରେ ଦୀର୍ଘ ପାଞ୍ଚଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ସର୍ବପୁରାତନ ମଣ୍ଡପଗୁଡିକ ଆଜି ବି ତାଙ୍କର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Durga Puja in Cuttack

Durga Puja in Cuttack

ଦୁର୍ଗାପୂଜା ଆଉ କଟକ ସହର ଉଭୟ ଅଙ୍ଗାଙ୍ଗୀଭାବେ ଜଡିତ। ହଜାରେ ବର୍ଷର ସହର କଟକ ସହରରେ ଦୀର୍ଘ ପାଞ୍ଚଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ସର୍ବପୁରାତନ ମଣ୍ଡପଗୁଡିକ ଆଜି ବି ତାଙ୍କର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି।

Advertisment

ସହର ଯେତିକି ପୁରୁଣା ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ରୁଦ୍ଧିମନ୍ତ। ପୂରାତନ ସହର କଟକର ଦୁର୍ଗାପୂଜା ବିଶ୍ୱପ୍ରସିଦ୍ଧ। ସୁନାଚାନ୍ଦିର ଆଖି ଝଲସିଆ ମେଢ଼ ଓ କାରୁକାର୍ଯ୍ୟ ଦେଖିବାକୁ ଦଶହରାରେ କଟକରେ ବେଶ ଭିଡ ଜମିଥାଏ। କଟକ ସହରରେ ଆଜକୁ ପାଖାପାଖି ୫୦୦ ଶହ ବର୍ଷ ପୂର୍ବେ ଦୁର୍ଗାପୂଜାର ମୁଳଦୁଆ ପଡ଼ିଥିଲା। ସହରର ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା।

ଶ୍ରୀ ଚୈତନ୍ୟ ଦେବ ଏହି ସମୟରେ ପ୍ରଥମେ ଏଠାକୁ ଆସି ଦୁର୍ଗାପୂଜା ଘଟ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ସାଙ୍ଗରେ କଲିକତାରୁ କିଛି ବାନାର୍ଜୀ ବ୍ରାହ୍ମଣ ପରିବାର ଆସି ଏଠାରେ ରହି ପୂଜା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହି ଧାରା ବଜାୟ ରଖିଛନ୍ତି। ଏହି ମଣ୍ଡପର ବିଶେଷତ୍ଵ ବି ନିଆରା। ଯେଉଁ ବ୍ରାହ୍ମଣ ଏଠାରେ ପୂଜା କରନ୍ତି ସେହି ବ୍ରାହ୍ମଣ ହିଁ ମୂର୍ତ୍ତି ନିର୍ମାଣ କରନ୍ତି।

Advertisment

କଟକ ସହରରେ ଦୁର୍ଗାପୂଜାର ମୁଳଦୁଆ ପକାଇଥିଲେ ବଙ୍ଗାଳୀ ଜାତିର ଲୋକେ। ସେହିପରି କଟକ ମାଛୁଆବଜାର ସର୍ପାଦୁର୍ଗା ମଣ୍ଡପରେ ୧୭୫୨ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା। କଲିକତାର ଜମିଦାର ସ୍ୱରୂପଚନ୍ଦ୍ର ଦାସ ଏଠାରେ ପୂଜା ଆରମ୍ଭ କରିଥିଲେ। ଦୁର୍ଗାପୂଜା ଭଷାଣୀରେ ଏଠାରେ ରହିଛି ନିଆରା ପରମ୍ପରା।

ଭଷାଣୀ ଦିନ ମା’ ଦୁର୍ଗାଙ୍କୁ କୋକେଇରେ ସଜେଇ ଖଇକଉଡି ବିଞ୍ଚି ବିସର୍ଜନ କରାଯାଇଥାଏ। ସେହିପରି କଟକ ବକ୍ସିବଜାର ଦୁର୍ଗାପୂଜା ସମିତି ବୀଣାପାଣି କ୍ଲବ୍ ମଣ୍ଡପ ବି ବେଶ ପୁରୁଣା ପୂଜା ମଣ୍ଡପ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ ୧୮୮୮ ମସିହାରେ ଏଠାରେ ପୂଜା ଆରମ୍ଭ କରିଥିଲେ।

ସେହିପରି ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପ ବି ବେଶ ପୁରୁଣା। ୧୮୭୫ ମସିହାରେ ପ୍ରଥମେ ହରପାର୍ବତୀ ଓ ପରେ ୧୯୦୨ ମସିହାରୁ ଏଠାରେ ଦୁର୍ଗାପୂଜା ପାଳନ ହୋଇଆସୁଛି। କଟକ ସହରରେ ପ୍ରଥମେ ଚୌଧୁରୀ ବଜାର ପୂଜା ମଣ୍ଡପ ଚାନ୍ଦି ମେଢ଼ ନିର୍ମାଣ କରିଥିବା ବେଳେ ଦିତୀୟ ଚାନ୍ଦି ମେଢ଼ ଶେଖ୍ ବଜାର ପୂଜା ମଣ୍ଡପ କରିଥିଲା।

ଆଜି କଟକ ସହରରେ ବିଭିନ୍ନ ପୂଜା ମଣ୍ଡପ ସୁନାଚାନ୍ଦିକୁ ନେଇ ପ୍ରତିଯୋଗିତା କରିବା ଫଳରେ ମୋଟ ୧୭୦ ପୂଜା ମଣ୍ଡପରୁ ୩୧ଟି ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ପୂଜା ପାଉଛନ୍ତି ମା’।

(କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ)

Dussehra Durga Puja Dusshera Durga Puja Celebrations Cutaack Dusshera
Advertisment
Advertisment