ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।
ପ୍ରତିବର୍ଷ ୨୧ ଜୁନ୍ରେ ପାଳନ ହୁଏ ‘ଅନ୍ତର୍ଜାତୀୟ ଯୋଗ ଦିବସ’। ଏହା ୨୦୧୫ ଠାରୁ ଆରମ୍ଭ ହୋଇଥିଲା। ଯୋଗ ହେଉଛି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ଏକ ମିଶ୍ରଣ। ଯୋଗ ଆସନ କେବଳ ଶରୀରକୁ ଶକ୍ତି ଯୋଗାଏ ନାହିଁ ବରଂ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖେ।
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଏହି ତିନି ରଥର ଭିନ୍ନ ଭିନ୍ନ ନାମ ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ତେବେ ଆସନ୍ତୁ ଏହି ନନ୍ଦିଘୋଷ ରଥକୁ ନେଇ କିଛି ରୋଚକ କଥା ଜାଣିନେବା।
ଓଡ଼ିଶାର ମୁଖ୍ୟ ଯାତ୍ରା ଭାବେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ।
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଜରରେ ପଡନ୍ତି। ଏହି ସମୟରେ ଅଣସର ଗୃହରେ କ’ଣ ରହିଛି ବିଧି, ଜାଣନ୍ତୁ ଏହି ଆଲେଖ୍ୟରେ।
ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ନିଜ ଘର ଛାଡି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୁଅନ୍ତି। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ‘ବିଶ୍ୱ ଶରଣାର୍ଥୀ ଦିବସ’।
ସାରା ବିଶ୍ୱରେ ସିକିଲ୍ ସେଲ୍ ରୋଗ ଦ୍ରୁତ ଗତିରେ ବଢୁଥିବା ଦେଖାଯାଏ। ଏହା ରକ୍ତକୁ ପ୍ରଭାବିତ କରୁଥିବା ଏକ ରୋଗ। ଏହି ରୋଗ ହେତୁ ରକ୍ତ କଣିକା ମଧ୍ୟରେ ହେମୋଗ୍ଲୋବିନର ସ୍ତର ପ୍ରଭାବିତ ହେବାକୁ ଲାଗେ। ସିକିଲ୍ ସେଲ୍ ରୋଗ (SCD) ହେଉଛି ସାଧାରଣତଃ ଏକ ବଂଶଗତ ରକ୍ତ ବ୍ୟାଧି।
ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ।
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ।
ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ଚାଲିଛି ପୂଜାର୍ଚ୍ଚନା। ମଣ୍ଡପରେ ପ୍ରଭୁଙ୍କ ମୁଣ୍ମୟୀ ମୂର୍ତ୍ତି ଦର୍ଶନ କରି ମେଳା ବୁଲାର ମଜା ନେଉଛନ୍ତି ଶ୍ରଦ୍ଧାଳୁ। ଦର୍ଶକବନ୍ଧୁ ରାଜ୍ୟର କୋଣ ଅନୁକୋଣରେ ଧୁମଧାମରେ ପାଳନ କରାଯାଉଛି ରଜ ପର୍ବ। ଏହି ସମୟରେ ଯାଜପୁରର ଶ୍ରୀବନ୍ତପୁର ଅଞ୍ଚଳରେ କିଛି ନିଆରା ଢଙ୍ଗରେ ପାଳନ କରାଯାଇଛି ରାମ ରାଜା ପର୍ବ।
ଆଜି ମୁସଲମାନମାନଙ୍କ ପବିତ୍ର ପବ୍ର ଇଦ୍ ଅଲ ଆଦା ବା ବକ୍ରିଇଦ୍ । ଏହାକୁ ଇସଲାମ ଧର୍ମାବଲମ୍ୱୀ ମାନେ ପାଳନ କରୁଛନ୍ତି । ବିଭିନ୍ନ ମସଜିଦରେ ନମାଜ ପାଠ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଇଦ୍ ଉଲ୍ ଆଦା ଅର୍ଥାତ୍ ବକ୍ରି-ଇଦ୍ ହେଉଛି ଇସଲାମ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ମୁଖ୍ୟ ପର୍ବ ।
ବସୁମତୀ ସ୍ନାନରେ ଶେଷ ହୁଏ ରଜ। ନାରୀମାନଙ୍କ ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି। ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଧରିତ୍ରୀମାତାଙ୍କୁ ଶୁଦ୍ଧ ସ୍ନାନ କରାଯାଏ।
ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ବକ୍ରିଇଦ୍ । ସାରା ବିଶ୍ୱରେ ଆଜି ଏହି ପର୍ବ ପାଳନ ହେଉଛି ।
ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ । ଆସନ୍ତାକାଲି ହେବ ବସୁମତୀ ସ୍ନାନ ।
ମା’ଟିଏ ସିନା ପିଲାଟିକୁ ୯ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖି ଯତ୍ନ ନେଇଥାଏ, ହେଲେ ଜଣେ ବାପା ପିଲାଟିକୁ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ଯତ୍ନ ନେଇଥାଏ। ପ୍ରତ୍ୟେକ ବାପା ନିଜ ସନ୍ତାନକୁ କେବଳ ଭଲ ପାଆନ୍ତି ନାହିଁ, ତାଙ୍କ ଭବିଷ୍ୟତକୁ ସଜାଇବା ଏବଂ ତାଙ୍କୁ ଏକ ଆଦର୍ଶ ଜୀବନ ଦେବା ପାଇଁ ବାଟ ତିଆରି କରିଥାନ୍ତି।
ଆନନ୍ଦ ଓ ଉତ୍ସାହ ଭିତରେ ସରିଲା ଦ୍ବିତୀୟ ରଜ । ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର । ଦୋଳି ଖେଳ ଓ ପାରମ୍ପରିକ ନାଚଗୀତରେ କମ୍ପୁଛି ଗାଁଠୁ ସହର ।
ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’ ବନେଇବୁ ।
ଓଡ଼ିଶାରେ କୃଷି ବିକାର ମୁଖ୍ୟ ମାନଦଣ୍ଡ ହୋଇଥିବା ହେତୁ ଆମର ପ୍ରାୟ ସମସ୍ତ ପର୍ବ କୃଷିଭିତ୍ତିକ ହୋଇଥାଏ। ଅକ୍ଷୟ ତୃତୀୟାଠୁ ନେଇ ରଜ, ଗହ୍ମା ପୂର୍ଣ୍ଣିମା, ମାଣବସା ଏମିତି ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଠିକ ଏହିପରି ସବୁ ପର୍ବ ପାଳନ୍ତି। ତେବେ ଆଜି ଆସନ୍ତୁ ଏପରି ଏକ ଗଣ ପର୍ବ ରଜ ବିଷୟରେ କିଛି ତଥ୍ୟ ଜାଣିବା।
ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି ଖନନ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି।
ଆଜି ପବନ ଶକ୍ତି ଏକ ସୁ-ପ୍ରତିଷ୍ଠିତ ତଥା ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟାରେ ବିକଶିତ ହୋଇଛି, ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ଭାବରେ ଉଭା ହୋଇଛି। କେବଳ ୟୁରୋପୀୟ ସଂଘରେ ପବନ ଶିଳ୍ପ ଗତ ବର୍ଷ ଗ୍ୟାସ ଏବଂ କୋଇଲାର ମିଳିତ ପ୍ରତିଷ୍ଠାନକୁ ଅତିକ୍ରମ କରିଥିଲା।
ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ।
ବଢ଼ିଆ ପାଗ ସାଙ୍ଗକୁ ଦୋଳି ଖେଳ । ପରିବେଶକୁ ରଙ୍ଗୀନ କଲା ରଜ ମହୋତ୍ସବ ସହ ପାରମ୍ପରିକ ଖେଳ ।
ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ। ଏନେଇ ପ୍ରତିବର୍ଷ ଜୁନ୍ ୧୪ରେ ‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା।
ରଜ ପାଇଁ ଏ ହସ... ରଜ ପାଇଁ ଏ ଖୁସି... ଆଉ ରଜ ପାଇଁ ଏ କୁଆଁରୀ ଝିଅଙ୍କ ସଜବାଜ । ଆଜି ପହିଲି ରାଜ । ଗତକାଲି ସଜବାଜ ଯାଇଛି । ଆଉ ସେଇଥିପାଇଁ ଏ ଉତ୍ସାହ ।