• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Delhi Witnesses Huge Traffic Jam Due To Incessant Rainfall
ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ

ଦିଲ୍ଲୀ କାରଣରୁ ଜଳବନ୍ଦୀ ରାସ୍ତାଘାଟ । ରାଜଧାନୀରେ ଉପୁଜୁଛି ଟ୍ରାଫିକ ସମସ୍ୟା । ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଡ୍ରେନେଜ ବ୍ୟବସ୍ଥା ନଥିବାର କହୁଛନ୍ତି ସାଧାରଣ ଜନତା ।

Tokyo Paralympics
ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରାଅଲିମ୍ପିକ୍ସ

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ । ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର ଉଦଘାଟନ ଉତ୍ସବରେ ତ୍ରିରଙ୍ଗା ଧରିବେ ।

Odia CISF Officer In Trouble
ସଲମାନଙ୍କୁ ଅଟକାଇଥିବା ଓଡ଼ିଆ CISF ଅଫିସରଙ୍କ ବଢିଲା ଅଡ଼ୁଆ

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି।

Nagada Village
ପୁଣି ଚର୍ଚ୍ଚାରେ ନଗଡା,ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ। ଡିଏମଏଫ ଫଣ୍ଡର ଦୂରୁପଯୋଗ କରାଯାଇ ରାସ୍ତା, ଡ୍ରେନ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ନାଁରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ପାହାଡି ଇଲାକାରେ ଏହିସବୁ କାମର ତଦାରଖ କରିବାକୁ କେହି ନ ଥିବାରୁ ହରିଲୁଟର ସୁରାକ ମଧ୍ୟ କେହି ପାଇପାରୁନାହାନ୍ତି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

heavy rain in odisha today
ଆଜି ବର୍ଷା ସମ୍ଭାବନା,କାଲିଠୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛିାଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସଙ୍କ କହିବାନୁଯାୟୀ, ଆସନ୍ତା ୨୫,୨୬, ୨୭ କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ମାରିବାର ସମ୍ଭାବନା ରହିଛି। ଏହାବାଦ କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

nagada scam
ନଗଡ଼ା- ବିକାଶ ଆଢୁଆଳରେ ଚାଲିଛି ବଡ଼ ଧରଣର ଦୁର୍ନୀତି

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ।  

Centre Calls All Party Meet On Afghanistan Crisis
ଆଫଗାନ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି।

curry leaves
ରକ୍ତଚାପ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା।

PARI MURDER CASE
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ। ହାଇକୋର୍ଟରେ ଆବେଦନ କରିବାକୁ ପରୀର ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ପରି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀର ମାଆ। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା।

Vigilance Conducts Raid
ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ,୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ

ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି ।

Covid-19
ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ,୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି ।

Bird Counting In Bhitarkanika
ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ୨ଟି ଟିମ୍‌ ହୋଇଛି। ଗୋଟିଏ ଟିମ୍‌ ମଠଆଡ଼ିଆ ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ, ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ। ୭ ଦିନ ଧରି ଏହି ଗଣନା କାର୍ଯ୍ୟକ୍ରମ ଚାଲିବ।

Lord Jagannath Temple Opens
ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର,ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ଶ୍ରଦ୍ଧାଳୁ

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

Rakhsa Bandhan 2021| Surprise Your Siblings With Eco-Friendly, Organic Rakhis
ଭଙ୍ଗା ସଢେଇରେ ତିଆରି ହେଉଛି ପାରମ୍ପାରିକ ରାକ୍ଷୀ

ଭଙ୍ଗା ସଢେଇରେ ତିଆରି ହେଉଛି ପାରମ୍ପାରିକ ରାକ୍ଷୀ ।  କଟକ ନୂଆ ବଜାରର  ନାରାୟଣ ମହାରଣା ତିଆରି କରୁଛନ୍ତି ଏହି  ପାରମ୍ପାରିକ ରାକ୍ଷୀ ।   ଗ୍ରାହାକଙ୍କୁ ରୁଚିକୁ ଆଖି ଆଗରେ ରଖି ଭଳିକି ଭଳି ଜଗନ୍ନାଥଙ୍କ ରାକ୍ଷୀ ତିଆରି କରୁଛନ୍ତି । ରଜ୍ୟ ତଥା କାଜ୍ୟ ବାହାରୁ ଆସୁଛି ଅର୍ଡର । ସାନିଟାଇଜର, ମାସ୍କ ସହ ବିକ୍ରି ହେଉଛି ଏହି ରାକ୍ଷୀ ।

Odia Soldier
ସୋସିଆଲ ମିଡିଆରେ ଯବାନଙ୍କ ଦରଦଭରା କାହାଣୀ

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର। ଯବାନଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂପୁର ପଞ୍ଚାୟତ ତିନି ଦେଶ ଗାଁରେ ।

Odisha Covid-19
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା

ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

Pacca Houses Under Awas Scheme
ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ରାୟଗଡ଼ା ସହରର ରାମକୃଷ୍ଣନଗର ଝୋଡ଼ିଆ ସାହିରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି। ବସ୍ତିରେ ୫୦ରୁ ଅଧିକ ଦିନ ମଜୁରିଆ ପିଲା ଛୁଆଙ୍କୁ ଧରି କୁଡ଼ିଆରେ ରହୁଥିଲେ ବି ଏଯାଏ କାହାକୁ ଘର ଖଣ୍ଡିଏ ମିଳିନାହିଁ। ବର୍ଷକୁ ବର୍ଷ ପୌର କାର୍ଯ୍ୟାଳୟକୁ ଯାଇ ଆବେଦନ କରୁଥିଲେ ବି ଆଜି ଯାଏ କାହା ଭାଗ୍ୟରେ ଘର ଖଣ୍ଡିଏ ଜୁଟିଲା ନାହିଁ। ଠିକ୍ ସେମିତି, ହରିଜନ ସାହିର ଅନନ୍ତ ଶଗଡ଼ିଆ। ଆବଶ୍ୟକୀୟ କାଗଜପତ୍ର ଦେଇ ଆବେଦନ କରିଥିଲେ ବି ଘର ମିଳିନାହିଁ। ଘର ନଥିବାରୁ ଭଙ୍ଗା କୁଡ଼ିଆରେ ଖରା ବର୍ଷାରେ ନିଜର ଭିନ୍ନକ୍ଷମ ପୁଅ ସହ ସାତ ପ୍ରାଣୀ କୁଟୁମ୍ବକୁ ନେଇ ରହୁଛନ୍ତି ଅନନ୍ତ ।

Raksha Bandhan,
ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା

ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଫିକା ପଡିପାରେ ରାକ୍ଷୀ ପୂର୍ଣ୍ଣିମା । ବଜାରରେ ଜମିଛି ଭିଡ । ନିଜ ଭାଇ ପାଇଁ ଭଉଣୀମାନେ କିଣୁଛନ୍ତି ଭଳିକି ଭଳି ରାକ୍ଷୀ । କିଛି ଜିଲ୍ଲା ଓ ସହରମାନଙ୍କରେ ସଟଡାଉନ୍‌ ଲାଗୁ ହୋଇଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକଣା ମଧ୍ୟରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା।

NAVEEN PATTNAIK
BSKY କାର୍ଡ ଲଞ୍ଚ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱାସ୍ଥ୍ୟ କଲ୍ୟାଣ ଦିଗରେ ନୂତନ ପ୍ରୟାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ଲଞ୍ଚ୍ କରିଛନ୍ତି BSKY କାର୍ଡ।

ACF ସୌମ୍ୟରଞ୍ଜନ
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: OIC ମମତା ପଣ୍ତାଙ୍କୁ ପଚରାଉଚରା

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଗୁରାଣ୍ତି ଥାନା ଅଧିକାରୀଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ। ପ୍ରଥମେ ତହସିଲଦାର ଓ ଏବେ ତଦନ୍ତର ଜାଲରେ ପାଳି ପଡିଛି OIC ମମତା ରାଣୀ ପଣ୍ତା।

johnson & jhonson
ଜନ୍‌ସନ୍ ସିଙ୍ଗିଲ ଡୋଜ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ

ଜନସନ୍ ସିଙ୍ଗିଲ ଡୋଜ କରୋନା ଟିକାକୁ ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଆବେଦନ। ଭାରତରେ ୧୨ରୁ ୧୭ ବର୍ଷ ପିଲାଙ୍କ ଉପରେ ନୈଦାନିକ ପରୀକ୍ଷଣ ପାଇଁ ଆବେଦନ। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲକୁ ଆବେଦନ କରିଛି ଜନସନ୍।

 Discovers New Fungus
ନୂଆ ଫଙ୍ଗସ୍‌ର ସନ୍ଧାନ କଲେ ଏମ୍ସ ଗବେଷକ

କରୋନାର ଭୟ କମିନଥିବା ବେଳେ ଚିନ୍ତା ବଢ଼ାଇଛି ନୂତନ ଫଙ୍ଗସ "ଅରୁଣାଲୋକେ"‌। ଓଡିଶାରେ ସମୁଦାୟ ୫୦ଟି କେଶ୍ ଦେଖାଯାଇଥିବାବେଳେ କେବଳ ଏମସ୍‌ରେ ୪୬ଟି ଚିହ୍ନଟ ହୋଇଛି।

New Covid-19 Cases
୯୮୬ କରୋନା ପଜିଟିଭ୍‌, ୧୮ ବର୍ଷରୁ କମ୍ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, କଟକରୁ ୧୩୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪୫, ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ୧୨, କେନ୍ଦ୍ରାପଡ଼ାରୁ ୨୩, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୩୭୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲ୍‌ରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

The First Odia Hockey Coach
ଜଣେ ଅବହେଳିତ ଦ୍ରୋଣାଚାର୍ଯ୍ୟ,ଅପରିଚିତ ଭାବେ ଜୀବନ କାଟୁଛନ୍ତି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି। ଜାତୀୟ କ୍ରୀଡାର ଏଭଳି ଜଣେ ଅବହେଳିତ ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ଗିରିଧାରୀ ସାମଲ।

Youth Congress Chief Sangram Jena
କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। ମାତ୍ର ୪୪ ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମଣ ଯୋଗୁ ଗତ ୮୪ ଦିନ ହେଲା ସେ ଇକମୋ ଚିକିତ୍ସାରେ ରହିଥିଲେ। ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ପରଲୋକ ନେଇ ସାନ ଭାଇ ମନୋଜ ଜେନା ସୂଚନା ଦେଇଛନ୍ତି। । ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା। ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ବାପି ବୋଲି ସମ୍ବୋଧିତ କରନ୍ତି। ତାଙ୍କର ମୃତ୍ୟୁ କଂଗ୍ରେସ ପାଇଁ ଏକ ଅପୂରଣୀୟ ‍‍କ୍ଷତି। ତାଙ୍କର ମୃତ୍ୟୁରେ ଛାତ୍ର ଓ ଯୁବ ଗୋଷ୍ଠୀ ମହଲରେ ଶୋକର ଛାୟା ଖେଳିଯାଇଛି