କରୋନାର ଭୟ କମିନଥିବା ବେଳେ ଚିନ୍ତା ବଢ଼ାଇଛି ନୂତନ ଫଙ୍ଗସ "ଅରୁଣାଲୋକେ"। ଓଡିଶାରେ ସମୁଦାୟ ୫୦ଟି କେଶ୍ ଦେଖାଯାଇଥିବାବେଳେ କେବଳ ଏମସ୍ରେ ୪୬ଟି ଚିହ୍ନଟ ହୋଇଛି। ଏହା ମୁଖ୍ୟତଃ ମନ୍ୟୁଷ୍ୟର ବ୍ରେନକୁ ଆଟାକ କରୁଥିବାର ସୂଚନା ଦେଇଛନ୍ତି ଗବେଷକ। ଏହି ଫଙ୍ଗସ ପ୍ରତି ସଚେତନ ରହିବାକୁ ଚେତାବନୀ ଦେଇଛନ୍ତି ଡାକ୍ତର।
Published By: Pallipuspa Samal
Last updated: 20 August 2021, 01:26 PM IST
ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, କଟକରୁ ୧୩୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪୫, ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ୧୨, କେନ୍ଦ୍ରାପଡ଼ାରୁ ୨୩, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୩୭୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲ୍ରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।