• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Ganjam BJD
ଗଞ୍ଜାମ ବିଜେଡି ଫାଳଫାଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

Naba Das - Gopal Das
ନବ ଦାସ ହତ୍ୟା ମାମଲା : ଓଟିଭି ହାତରେ ଏକ୍ସକ୍ଲୁସିଭ୍‌ ଫଟୋ

ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି

papu
ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼

କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।

Jayanarayan Mishra
ବିଧାନସଭାରେ ଏକ୍ସପୋଜ୍ ହେବ ନବ ହତ୍ୟାକାଣ୍ଡ; ଚେତାବନୀ ଦେଲେ ଜୟନାରାୟଣ

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।

Pramila Mallick
ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

pratap sarangi
ଦିଲ୍ଲୀରେ ନନାଙ୍କ ମାଟିଘର; କେମିତି ତିଆରି ହୋଇଛି ଦେଖନ୍ତୁ...

ପରିବେଶ ଅନୁକୂଳ ରହିଛି ଏହି ଘର । ଘରେ ପାଇଖାନା ସହ ଗାଧୁଆ ଘର ‍‍ବି ଅଛି । ଏହି ଘରେ ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ କୋଠରୀ ରହିଛି । ଘରେ ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡା ନିର୍ମାଣ କରାଯାଇଛି ।

tragic story
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ

ଅଢେଇ ବର୍ଷର ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ମାଆ ଫେରାର । ଦିବ୍ୟାଙ୍ଗ ଝିଅକୁ ଲାଳନ ପାଳନ କରିବାକୁ ସରକାରଙ୍କ ନିକଟରେ ଅସହାୟ ବାପାର ଗୁହାରୀ

crime
ଭୟଙ୍କର ଦୃଶ୍ୟ । ବଣରେ ପଡ଼ିଥିବା ଏକ ନୂଆ ଟ୍ରଲି ଆଟାଚ୍ ଭିତରୁ ବାହାରିଲା ଏକ ଶବ

ଦେଖିଲେ ଲାଗିବ ଯେମିତି ଆଟାଚ୍ ଭିତରେ କିଏ ଜଣେ ଜାକିଜୁକି ହୋଇ ଶୋଇଛି। କହୁଛନ୍ତି, କାହା ବିରୋଧରେ ଫେସବୁକରେ ଲେଖୁଥିଲେ ବୋଲି ତାଙ୍କର ଏମିତି ଅବସ୍ଥା ହେଲା।

  • Monday, 23 January 2023
  • Murder
Apana Eka Nuhanti
ଯାହା କରିବେ ଜଗନ୍ନାଥ...ଅପରେସନ ପାଇଁ ଏମ୍ସ ଆସିଥିଲୁ, କହୁଛନ୍ତି ବେଡ୍ ଫାଙ୍କା ନାହିଁ..

ପୁଅ କଥା କହି ପାରୁନି । ଅପରେସନ ପାଇଁ ଏମ୍ସ ଆସିଥିଲୁ । ବେଡ୍ ଦେବେ କହିଲେ, ଏବେ କହୁଛନ୍ତି ବେଡ୍ ଫାଙ୍କା ନାହିଁ । 3 ସପ୍ତାହ ହେଲା ବାହାରେ ରହୁଛୁ । ଏକମାତ୍ର ପୁଅ ପାଇଁ ଏପରି କୋହଭରା କଣ୍ଠରେ କହିଛନ୍ତି ବାପା ।

special story
ସୁବ୍ରତଙ୍କ ବାଲକୋନି ଏବେ ଘର ଚଟିଆଙ୍କ ଠିକଣା

ଏଠି ଭୋକ ଲାଗିଲେ ଖାଇବା ଅଛି.. ଶୋଷ ଲାଗିଲେ ପାଣି ବି ଅଛି.. ଆଉ ବିଶ୍ରାମ ନେବାକୁ କୋରଡ଼ ଭଳି ସୁରକ୍ଷିତ ସ୍ଥାନ ବି ଅଛି.. ସୁବ୍ରତଙ୍କ ଘର ଏବେ ଘର ଚଟିଆଙ୍କ ଠିକଣା.

Special Story
୫ ବର୍ଷ ପରେ ଦେହରୁ ବାହାରିଲା ବୁଲେଟ୍

ଅପରେସନ ଜରିଆରେ ପେରୁ ଗୋଟିଏ ଗୁଳି ସିନା ବାହାର କରିଦେଲେ, ହେଲେ ଅଜାଣତରେ ରହିଯାଇଥିଲା ଆଉ ଏକ ବୁଲେଟ୍..

patient with driver drink liquor in ambulance
ଯନ୍ତ୍ରଣାରୁ ମୁକ୍ତି ପାଇଁ ଆମ୍ବୁଲାନ୍ସରେ ଡ୍ରାଇଭର ସହ ମଦ ପିଇଲା ରୋଗୀ !

ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ।

News Fuse
ପିଠି କୁଣ୍ଡେଇ ହେଲେ ଏମିତି ମଲମ..

ଭାଇଙ୍କ ପିଠି କୁଣ୍ଡେଇ ହେଉଥିଲା.. ପ୍ରଥମେ ହାତରେ ପରେ ଚପଲରେ ମଲମ ଦେଇଦେଲେ ଭଉଣୀ..

Special Story
ସେନାରେ ଭର୍ତ୍ତି ହେଲେ ୪ ଯୁବକ, ନାଚିଲା ଗାଁ..

ଉଠୁଛି ପଡ଼ୁଛି ସାରା ପରିବେଶ..ବାହାଘରିଆ ପ୍ରୋସେସନ ନୁହେଁ ଯବାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବାକୁ ଏ ହେଉଛି ଆୟୋଜନ..

Special Story
ମହାମହିମଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ ଦମ୍ପତି

ଜୀବନ ଯନ୍ତ୍ରଣାରେ ଅତିଷ୍ଠ ହୋଇ ହାତରେ ମୃତ୍ୟୁର ନିବେଦନ ପତ୍ର ଧରି ଠିଆ ହୋଇଛନ୍ତି ଦିବ୍ୟାଙ୍ଗ ଦମ୍ପତି.. ରାଷ୍ଟ୍ରପତିଙ୍କୁ ମାଗୁଛନ୍ତି ଇଚ୍ଛାମୃତ୍ୟୁ..

Special Story
କାନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ବୋଝ : ଲକ୍ଷ୍ୟ ରାଉରକେଲାରୁ ନବୀନ ନିବାସ ଯାଏ ପଦଯାତ୍ରା

କାନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ମଡେଲ୍ ଧରି ନବୀନ ନିବାସ ମୁହାଁ ଯୁବକ.. କୋଉଠି କୁହୁଡ଼ି, କୋଉଠି ଜାଡ଼.. ନା ଟାଣ ଖରାକୁ ତାଙ୍କର ଖାତିର୍.. ଏତେ ସବୁ ପରେ ବି ଥକୁନି ପାଦ.. ୟେ ଓଡ଼ିଆ ଟୋକାର ପାରିବା ପଣିଆ..

tragic story
୮ ବର୍ଷ ହେଲାଣି..ବସିଛନ୍ତି ଗୋଟିଏ ଜାଗାରେ

ଆଠ ବର୍ଷ ହେଇଗଲା.. ସେଇ ଗୋଟିଏ ଜାଗାରେ ପଡ଼ିଛନ୍ତି ଅଭିମନ୍ୟୁ.. ନା ଉଠିପାରୁଛନ୍ତି.. ନା ଚାଲିପାରୁଛନ୍ତି.. ବାହା ହୋଇ ଯାହାର ହାତ ଧରିଥିଲେ.. ସେଇ ସ୍ତ୍ରୀ ହିଁ ଏଇ ଦୁର୍ଦ୍ଦୀନରେ ସାଜିଛନ୍ତି ଆଶାବାଡ଼ି..

tragic story
ଯୌତୁକ ଆଣିଲାନି ବୋଲି ବୋହୂକୁ ମାରିଦେଲେ ଶାଶୂଘର ଲୋକ !!

ବାହାଘରକୁ ୬ ମାସ ହୋଇନି...ଯୌତୁକ ପାଇଁଣ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ...ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

  • Thursday, 01 December 2022
  • Dowry
 BCA qualified student
ପରିବାର ଚଳାଇବା ଚିନ୍ତା...ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

ଯେବେ ପରିବାର ପୋଷିବାର ଥାଏ ଚିନ୍ତା....ହାଟରେ ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର। ଅଧ ରାତିରୁ ଉଠୁଛନ୍ତି..ସାଇକେଲ ଧରି ହାଟରେ ଶାଗ ବିକ୍ରି କରୁଛନ୍ତି...ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଡମ୍ବୁରୁଧର

Roga Pain Yoga
ରୋଗ ପାଇଁ ଯୋଗ : ଏମିତି କଲେ ହେବନି ଡାଇବେଟିସ୍

ଏହି ଦୁଇଟି ଆସନ କଲେ ଡାଇବେଟିସରୁ ମିଳିବ ମୁକ୍ତି..

  • Thursday, 01 December 2022
Special Story
ସାରଙ୍କ ପାଇଁ ଭୋ ଭୋ କାନ୍ଦିଲେ ଷ୍ଟାଫ୍

କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ..

Special Story
କିଏ ଜାଣିଥିଲା ଏମିତି ହେବ ? ଫୋନ୍‌ କରିଥିଲା ଅଷ୍ଟମୀ ଟଙ୍କା ଦେବ ବୋଲି...

ମାତ୍ର ୧୫ ମିନିଟ୍‌ ତଳେ ଫୋନ୍‌ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍‌ ଫୋନ୍‌ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ

special report
ହୋଟେଲ ମାଲିକଙ୍କ ମହାନତା...କୁନି ପିଲାଙ୍କୁ ଦେଲେ ରାଜକୀୟ ଖାନା

ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍‌ ଝୋଳ ପୁଣି ଆଉ କିଏ ସୁପ୍‌...ଶଙ୍ଖ ମଲମଲ ପ୍ଲେଟ୍‌ରେ କାଜୁ ଖାଇ ବେଶ୍‌ ଖୁସିହେଲେ କୁନି ପିଲା

Special Story
କୁକୁର କାମୁଡିଲେ ମାଲିକ ଦେବେ ୧୦ ହଜାର ଫାଇନ୍‌ !!

ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍‌

Special Story
ସ୍କୁଲ ପରିଚାଳନା ବୈଠକ ଲାଗି ସାମାଜିକ ବାସନ୍ଦ ହେଲେ ସାର୍‌

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...