ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ
ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର
କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...
୨୦-୩୦ ବର୍ଷ ଚାକିରୀ ପରେ ବି ହକ୍ ଆଉ ଅଧିକାର ପାଇଁ ଲଢେଇ। ସେ ପୁଣି ସରକାରଙ୍କ ବିରୋଧରେ ଶିକ୍ଷକମାନଙ୍କର। ଆଜି ଲୋୟର ପିଏମଜିରେ ସମାନ କାମକୁ ସମାନ ଦରମା ଦାବୀରେ ଗର୍ଜିଛନ୍ତି ୧୦ ହଜାରରରୁ
ଡେଣା ମେଲାଉଛି ଡେଙ୍ଗୁ। ରାଜ୍ୟ ରାଜଧାନୀରେ ଅସମ୍ଭାାଳ ହେଲାଣି ଡେଙ୍ଗୁର ସ୍ଥିତି। ବିଏମସିର ତଥ୍ୟ କହୁଛି, ରାଜଧାନୀରେ ଜୁନ୍ ମାସରେ ୧୦୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜୁଲାଇରେ ସଂଖ୍ୟା ପହଞ୍ଚିଥିଲା ୫୪୧।
ଆସନ୍ତା ବିଶ୍ବକର୍ମା ଜୟନ୍ତୀଠୁ ଆରମ୍ଭ ହେବାକୁ ଥିବା ଏଇ ଯୋଜନାରେ ୧୮ଟି ବିଭିନ୍ନ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଉପକୃତ ହେବେ ୩୦ ଲକ୍ଷ ପରିବାର।
କେନ୍ଦ୍ରାପଡ଼ାରେ ଜୁନ୍ ଓ ଜୁଲାଇ ମାସରେ ୪ଟି ଜୀବନ ଯାଇଥିବା ବେଳେ, ଆଜି ଯାଜପୁର ଜିଲ୍ଲା ବରୀ ପାଲଟପୁରରେ ଘଟିଛି ହୃଦୟ ବିଦାରକ ଘଟଣା। ବିରୁପା ନଦୀକୁ ଲୁଗାସଫା ପାଇଁ ଯାଇଥିବା ବେଳେ, ଜଣେ ମହିଳାଙ୍କୁ ଟାଣିନେଇଛି ବିରାଟକାୟ କୁମ୍ଭୀର।
ପୁଣି ଚର୍ଚ୍ଚାରେ ସାପ ବିଷ ବେପାର। ବାଲେଶ୍ବର ବନ ବିଭାଗ ବାଲିଆପାଳ ପଞ୍ଚୁପାଲି ଗାଁରେ ଚଢ଼ାଉ କରି ବାଲେଶ୍ବର ବନବିଭାଗ 29ଟି ନାଗ ସାପକୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କ ସହ 3 ଜଣ ।
ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା କରିବାରେ କରିତକର୍ମା ନେତାଙ୍କ କଳା କାହାଣୀ!
5ଟି ସଚିବ ଭି କେ ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ‘ଓଡିଶାରୁ ପାଣ୍ଡିଆନ ହଟାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୁନ୍ଦରଗଡ଼ ବଣାଇରେ ଦନ୍ତାହାତୀ ଆତଙ୍କ । ହାତୀ ଘର ଭାଙ୍ଗିବା ସହ ଘରୁ ଚାଉଳ ଆଣି ଖାଉଛି । ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।
ଯୋଡ଼ା ଶ୍ରାବଣ ଯାଇ ଭାଦ୍ରବ ହେବାକୁ ବସିଲାଣି l ତଥାପି ବିଲକୁ ଯାଇପାରୁନି ଲଙ୍ଗଳ l ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନରେ ଅଧାରେ ଅଟକିଛି ଧାନ ଚାଷ କାର୍ଯ୍ୟ l ଜଳସେଚନ ସୁବିଧା ନଥିବାରୁ ତଳି ରୁଆ ଓ ବେଉସା କାର୍ଯ୍ୟ ଆଗକୁ ବଢିପାରୁ ନାହିଁ । ଆଗକୁ ବର୍ଷାର ପରିମାଣ ନ ହେଲେ ଏଥର ମରୁଡ଼ିରେ ବେଉସା .....
ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇଲା ପରେ ବି କିଛି ସୁଫଳ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଲୋକ ନିଜ ପାରିଶ୍ରମିକରେ କାଠର ପୋଲ ଟିଏ ଗଢ଼ିଦେଲେ । ଗାଁର କୁନି କୁନି ପିଲାମାନେ ମଧ୍ୟ ଗୁଣ୍ଡୁଚି ମୂଷା ଭଳି ସହଯୋଗ ଦେଲେ ଆଉ ସରକାରୀ ବିଫଳତାର ପର୍ଦ୍ଦାଫାସ କଲେ....
୩୦ ବର୍ଷ ହେଲା ପିଲାଙ୍କୁ ଶିକ୍ଷାଦାନ ଦେଇ ଆସୁଥିଲେ। ଆଉ ଆଜି ଅବସର ନେଇ ଯାଉଥିବା ସମୟରେ ଲୁହରେ ଭିଜିଲା ସ୍କୁଲ ପରିସର। ପ୍ରିୟ ଶିକ୍ଷକଙ୍କୁ ସ୍କୁଲ ଛାଡି ଯିବା କଥାକୁ ନା ସହ୍ୟ କରି ପାରୁଛନ୍ତି ଛାତ୍ରଛାତ୍ରୀ ନା ନିଜେ ଶିକ୍ଷକ। କାନ୍ଦି କାନ୍ଦି ଏକା ସାଙ୍ଗରେ ତିନିଜଣ ଶିକ୍ଷକଙ୍କୁ ମହା ଆଡମ୍ବରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ...
ଇଛାଶକ୍ତି ଓ ମନୋବଳ ଆଗରେ ହାର୍ ମନିଛି ଦାରିଦ୍ର୍ୟତା । ଦାଦନ ଶ୍ରମିକରୁ ନିଟ୍ ପାସ୍ କରି ଡାକ୍ତରୀ ପାଠ ପଢୁଛନ୍ତି ଅଭାବୀ ଆଦିବାସୀ ଯୁବକ । ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ପଞ୍ଚାୟତ ଥୁଆପାଡ଼ି ଗାଁର ଜଣେ ଆଦିବାସୀ ଯୁବକ ଯୁକ୍ତ ଦୁଇ ପଢ଼ିବା ପରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । ସେଠାରୁ ଫେରି ନୀଟ ପରୀକ୍ଷାରେ ପାସ୍ କରି ଏବେ ଡାକ୍ତର ପାଠ ପଢୁଛନ୍ତି ....
ଆଗ ପଛ ହୋଇ ଦୁଇ ଭେଣ୍ଡିଆ ପୁଅ ଚାଲିଗଲେ । ଘରେ ବିଧବା ପତ୍ନୀ ସେମାନଙ୍କ ଚାରି ଚାରିଟା ଛୁଆ । ଅସୁସ୍ଥ ବାପା ଓ ମା ଏବେ କେମିତି ଘର ଚଳାଇବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ସରକାରୀ ସୁବିଧା ଏ ଯାଏ ସେମାନଙ୍କୁ ମିଳିନଥିବାରୁ କ୍ଷୋଭ ପ୍ରକାଶ ପାଇଛି....
ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର । ଉପର ଚିକ୍କଣ, ଭିତର ଫମ୍ପା।
ଏତେ ହୋ ହଲ୍ଲା ପରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ହେଲା ସୁପାରିସ୍, ତା ପୁଣି ଆରବର୍ଷକୁ। ହାଇକୋର୍ଟ ଛାଟ ଓ ଆସୁଥିବା ନିର୍ବାଚନକୁ ଭୟ କରି ରାଜ୍ୟ ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାଛି ଦୁର୍ବାର ଲଢେଇ ପାଇଁ ନେତାଙ୍କୁ ଆହ୍ୱାନ..ରାଜ୍ୟ ସରକାରଙ୍କ ବିରୋଧରେ ଦଳୀୟ ନେତାଙ୍କୁ ଆହ୍ୱାନ ଦେଲେ ଶାହ
ବର୍ଷା କମିଛି, ନଦୀର ଜଳସ୍ତର ବି ଧିରେ ଧିରେ କମିବାରେ ଲାଗିଛି। ହେଲେ ବଢିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା।
ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପରିସର। ଉତ୍ତ୍ୟକ୍ତ ଲୋକେ ପୋଲିସ୍ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଥାନାକୁ ଜାଳି ଦେଇଛନ୍ତି।
ରାଜ୍ୟରେ ମାଡ଼ିଗଲାଣି ଡେଙ୍ଗୁ। ଗତବର୍ଷ ତୁଳନାରେ ଚିହ୍ନଟ ହେଲେଣି ୧୩ ପ୍ରତିଶତ ଅଧିକ ପଜିଟିଭ୍ କେସ୍। ହେଲେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଛି ଖୋର୍ଦ୍ଧା ଜିଲ୍ଲା, ଖାସ୍ କରି ରାଜଧାନୀ ଭୁବନେଶ୍ୱର।
ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ
ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍