ପୁଅ କଥା କହି ପାରୁନି । ଅପରେସନ ପାଇଁ ଏମ୍ସ ଆସିଥିଲୁ । ବେଡ୍ ଦେବେ କହିଲେ, ଏବେ କହୁଛନ୍ତି ବେଡ୍ ଫାଙ୍କା ନାହିଁ । 3 ସପ୍ତାହ ହେଲା ବାହାରେ ରହୁଛୁ । ଏକମାତ୍ର ପୁଅ ପାଇଁ ଏପରି କୋହଭରା କଣ୍ଠରେ କହିଛନ୍ତି ବାପା ।
Published: Prangyan Parimita
Last updated: 23 January 2023, 09:34 AM IST
କୁନିକୁନି ଝିଅ ଦୁଇଟି। ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ। ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହିନିଏ ସ୍କୁଲ। ହ୍ୱିଲ-ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ଛଳଛଳ ହେଇଯିବ।