ଆସନ୍ତାକାଲିଠୁ ମେ ୨ ଯାଏ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ ନିଯୁକ୍ତି କର।
ସିବିଏସ୍ଇ ଓ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା । ପରୀକ୍ଷା ସାଢେ ୧୦ରୁ ଆରମ୍ଭ ହୋଇଥିବା ବେଳେ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲରେ ଅଛନ୍ତି ୭୦ ପିଲା ହେଲେ ଶିକ୍ଷକ ମାତ୍ର ଜଣେ..ଏଇଠି ପିଲା ପଢିବେ କେମିତି? କଲେକ୍ଟର କହୁଛନ୍ତି ଆଡମିଶନ୍ ଚାଲିଛି ଖୁବଶୀଘ୍ର ଶିକ୍ଷକ ଆସିବେ ହେଲେ ଅଭିଭାବକ କହୁଛନ୍ତି ଏ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ କଣ ମୁର୍ଖ ହେବା ପାଇଁ
ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ ।
ଉଚ୍ଚଶିକ୍ଷା ବିଭାଗ ଏ ନିଷ୍ପତ୍ତି ନେଇଛି।
ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କୁ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ।
ମାଟ୍ରିକ୍ ପରୀକ୍ଷା ପାଇଁ ଗଠନ ହେଲା ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ । ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି।
ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ଆଜିଠାରୁ CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପରୀକ୍ଷା ଚାଲିବ ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍କ୍ୱାଟରରେ ବ୍ୟବସ୍ଥା କରାଯାଇଛି ।
ଆଜିଠାରୁ ଆରମ୍ଭ ହେଉଛି ICSE ଦଶମ ସେମିଷ୍ଟର ୨ ପରୀକ୍ଷା। ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ।
ଚଳିତ ବର୍ଷ ମାଟ୍ରିକ୍ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ବଦଳିଲା ସିବିଏସ୍ଇ ପାଠ୍ୟକ୍ରମ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଇତିହାସ ଏବଂ ରାଜନୈତିକ ବିଜ୍ଞାନର ପାଠ୍ୟକ୍ରମରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି ।
ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।
ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି।
ପ୍ରାଇଭେଟ ସ୍କୁଲ୍ ଆଉ ନିଜ ପବ୍ଳିକେସନ୍ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ ।
ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।
ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି ।
ଖରାଛୁଟି ସମ୍ପର୍କରେ ଖୁବଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା କରାଯିବ । ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ପାଠପଢ଼ା, ପରୀକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ