/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652962461.jpg)
Supreme Court
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ତାଗିଦ୍ ପତ୍ର । ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ଶିକ୍ଷାବିଭାଗ ଓ ଓପିଏସସି ଉପରେ କ୍ଷୁବ୍ଧ ହୋଇଛି । ୟୁଜିସି ମେ ୨୩ରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୁପ୍ରିମକୋର୍ଟରେ ଓଡ଼ିଶା ବିଦ୍ୟାଳୟ ସଂଶୋଧନ ଆଇନ୍ ବିଚାରାଧୀନ ରହିଛି । ତେଣୁ ଓପିଏସସି ଦ୍ୱାର ଶିକ୍ଷକ ନିଯୁକ୍ତି ଓ ଏସଏସବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି । ରାଜ୍ୟସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ ରହିଛି । ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚିଠିରେ ଉଲ୍ଲେଖ ରହିଛି ।
ଅନ୍ୟପଟେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ଏହାସହ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ଓଡ଼ିଶା ହାଇକୋର୍ଟ । କୁଳପତିଙ୍କ କାର୍ଯ୍ୟାକାଳ ସହ ଆଇନ୍ରେ ଅନେକ ସଂଶୋଧନ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି UGC ଏବଂ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟ ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)