SC puts Odisha Universities Amendment Act on hold for 3 months, seeks Odisha govt reply
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ଏ ସମ୍ପର୍କିତ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ଏହାସହ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ ।
ସେପଟେ ୨ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍କୁ କ୍ଲିନ୍ ଚିଟ୍ ଦେଇଥିଲେ ଓଡ଼ିଶା ହାଇକୋର୍ଟ । କୁଳପତିଙ୍କ କାର୍ଯ୍ୟାକାଳ ସହ ଆଇନ୍ରେ ଅନେକ ସଂଶୋଧନ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି UGC ଏବଂ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟ ଯାଇଥିଲେ ।
ପୂର୍ବରୁ ଏନେଇ ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖିଥିଲେ । । ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଏହି ବିଲ୍କୁ ଉଚ୍ଛେଦ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)