/odishatv-khabar/media/post_attachments/uploadimage/library/16_9/16_9_0/visut_1626069105.jpg)
visut
ବୁର୍ଲା ଭିସୁଟ୍ରେ ଛାତ୍ର ଅଶାନ୍ତି । ରାତିସାରା ଧାରଣା, ପ୍ରଦର୍ଶନ ଜାରି । ତୃତୀୟ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି । ଗତକାଲିଠାରୁ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିବା ବେଳେ କାଲି ରାତିସାରା ମଧ୍ୟ ଧାରଣାରେ ବସିଥିଲେ । ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ଫଳରେ ଏବେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ୨ଟି ସେମିଷ୍ଟର ପରୀକ୍ଷା ଦେବାକୁ ବିରୋଧ କରି ଏହି ଆନ୍ଦୋଳନ ଚଳାଇଛନ୍ତି । ତୃତୀୟ ବର୍ଷର ଛାତ୍ରଛାତ୍ରୀ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇ ସାରିଥିବାରୁ ପଞ୍ଚମ ସେମିଷ୍ଟାର ପରୀକ୍ଷାକୁ ବିରୋଧ କରୁଛନ୍ତି । ସେହିପରି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ଚତୁର୍ଥ ସେମିଷ୍ଟର ପରୀକ୍ଷା ଦେଇ ସାରି ଥିବାରୁ ତୃତୀୟ ସେମିଷ୍ଟର ପରୀକ୍ଷାକୁ ବିରୋଧ କରୁଛନ୍ତି । ବିନା ପରୀକ୍ଷାରେ ଅପଗ୍ରେଡ୍ କରିଦିଆଯାଉ କିମ୍ବା ସେହି ସେମିଷ୍ଟରକୁ ଅନ୍ଲାଇନ ମୋଡ୍ରେ କରାଇବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)