UGC NET Exam: Correction window for December 2021, June 2022 cycles opens
ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍ କରିପାରିବେ ଛାତ୍ରଛାତ୍ରୀ । ୟୁଜିସି ନିଟ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ନିଜ ଆବେଦନ ଫର୍ମକୁ ପରିବର୍ତ୍ତନ କରିପାରିବେ । ଏଥିପାଇଁ ସେମାନଙ୍କୁ ugcnet.nta.nic.in ରେ ଲଗ୍ ଇନ୍ କରି ନିଜ ଫର୍ମରେ ପରିବର୍ତ୍ତନ ତଥା ଏଡିଟ୍ କରିବାକୁ ପଡିବ । ଏନେଇ ନ୍ୟାସ୍ନ୍ୟାଲ ଟେଷ୍ଟିଙ୍ଗ୍ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ୟୁଜିସି ନିଟ୍ ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ୟୁଜିସି ପକ୍ଷରୁ ଏହି ସୁଯୋଗ ଦିଆଯାଇଛି । ଫଳରେ ଅନ୍ଲାଇନ୍ ଆବେଦନ ଫର୍ମକୁ ପ୍ରାର୍ଥୀମାନେ ନିଜ ସୁବିଧା ହିସାବରେ ଏଡିଟ୍ ଓ ପରିବର୍ତ୍ତନ କରିପାରିବେ । ନ୍ୟାସ୍ନ୍ୟାଲ ଟେଷ୍ଟିଙ୍ଗ୍ ଏଜେନ୍ସି (National Testing Agency -NTA) ଏହି ନିଷ୍ପତ୍ତି ନେଇଛି ।
ତେବେ ପ୍ରାର୍ଥୀମାନେ ମେ ୨୩ ସୁଦ୍ଧା ନିଜ ୟୁଜିସି ନିଟ୍ ଆବେଦନ ଫର୍ମକୁ ଏଡିଟ୍ କରିପାରିବେ । ଏହା ବ୍ୟତୀତ ଅନ୍ୟ କୌଣସି ଦିନରେ ମଧ୍ୟ ପ୍ରାର୍ଥୀମାନେ ନିଜ ଆବେଦନ ଫର୍ମକୁ ପରିବର୍ତ୍ତନ କରିପାରିବେ ନାହିଁ । ଏହାସହ ଆବେଦନ ଫର୍ମକୁ ପରିବର୍ତ୍ତନ କରିବା ପାଇଁ ଦେୟ ଦେବାକୁ ପଡିବ ବୋଲି ନ୍ୟାସ୍ନ୍ୟାଲ ଟେଷ୍ଟିଙ୍ଗ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, UGC NET ୨୦୨୨ ପାଇଁ ଆବେଦନ ସମୟ ସୀମା ୨୦ ମେ ଥିବାବେଳେ ବର୍ଷକୁ କେବଳ ଦୁଇଥର ହିଁ UGC NET ପରୀକ୍ଷା କରାଯାଏ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବା ହେତୁ UGC NET ଜୁନ୍ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଛି । ଫଳରେ ସୁରୁଖୁରୁରେ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଉଭୟ ପରୀକ୍ଷକୁ ଏକ ସମୟରେ କରିବାକୁ ଏନ୍ଟିଏ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ UGC NET ପକ୍ଷରୁ ଏହି ପରୀକ୍ଷା ତାରିଖ ଘୋଷଣା କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)