ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା।
ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।
ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର
‘ଯେଉଁ ପିଲାମାନେ ଚାହିଁବେ ଓଡ଼ିଆରେ ପଢ଼ିବାକୁ, ସ୍କୁଲ୍ ବ୍ୟବସ୍ଥା କରିବ’
ପିଏଚ୍ଡି ଲାଗି କର୍ତ୍ତୃପକ୍ଷ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ । ଆରଟିଆଇରୁ ଆସିଲା ସାଙ୍ଘାତିକ ତଥ୍ୟ ।
ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ନଖଟିଲେ ଉପବାସରେ ଦିନ କଟେ । କାମ ଖୋଜିବାକୁ ସକାଳ ହେଲେ ଏଇ ଛକରେ ଆସି ଜାମ୍ କରନ୍ତି..କିନ୍ତୁ ବସିବାକୁ ଜାଗା ନାହିଁ କି ବ୍ୟବସ୍ଥା କିଛି ହୋଇନି ।
ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଉତ୍କଳରୁ ଆରମ୍ଭ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯାଏଁ ସବୁଠି ସ୍ଥିତି ସଂଗୀନ । ରାଜ୍ୟର ସବୁଠୁ ପୁରୁଣା ୟୁନିଭର୍ସିଟି ଉତ୍କଳରେ ୧୨୯ ପଦବି ଖାଲି ପଡ଼ିଥିବା ବେଳେ ରେଭେନ୍ସାରେ ଖାଲି ପଦବି ସଂଖ୍ୟା ୧୨୦ରୁ ଅଧିକ ।
ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।
ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିତରେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ...
5T ଜମାନାରେ ଏମିତି ବି ସ୍କୁଲ ନଜର ଆଢୁଆଳରେ ରହିଯାଇଛି ଯେଉଁଠି ପାଣି ଭିତରେ ପିଲା ପଢ଼ନ୍ତି। ସୋନପୁର ବିନିକାରୁ ଆସିଥିବା ଏ ଚିତ୍ର ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ାଇଛି....
ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।
ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବା ପାଇଁ ଜଣେ ଶିକ୍ଷକଙ୍କ ଅଭିନବ ପ୍ରୟାସ। ସେ ନାଚ, ଗୀତ ମାଧ୍ୟରେ ପିଲାମାନଙ୍କୁ ପାଠ ପଢଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ଲଞ୍ଚ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।
ୟୁନିଭରସିଟି କ୍ୟାମ୍ପସରୁ ହଟିବ ରମାଦେବୀ ଜୁନିୟର କଲେଜ,ଭୁବନେଶ୍ୱର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ
+୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି ।
ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍ ଦରକାର ନାହିଁ, ଭିତ୍ତିଭୂମି ଦିଅ ।
ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ ’ଆମେ ଗଢିବୁ ନୂଆ ଓଡିଶା’ ।
ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବ। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।
ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।
ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ଘର ପାଖ କଲେଜରେ ଆଡମିଶନ୍ ମିଳୁନି । ଫଳରେ କାହା ପାଠରେ ଡୋରି ବନ୍ଧା ହେବାକୁ ଯାଉଛି ତ ଆଉ କେଉଁ ଅଭିଭାବକ ଖର୍ଚ୍ଚାନ୍ତ ହୋଇ ଦୂର କଲେଜରେ ପିଲାଙ୍କ ନାମ ଲେଖାଉଛନ୍ତି ।
ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ।
ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି ।