ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।
ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।