Advertisment

ଦାଶ କାଠିଆ ମାଧ୍ୟମରେ ଗୀତ ଗାଇ ହକ୍‌ ଦାବି କରୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ୍‌..

ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍‌ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍‌ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Primary Teachers Protest

Odisha Primary Teachers Protest

ହାତରେ ଦାଶ କାଠିଆ, ଆଉ ସେଇ ଶବ୍ଦର ତାଳେ ତାଳେ ଗୀତ ଗାଇ ନିଜର ହକ୍‌ ଦାବି କରୁଛନ୍ତି ଶିକ୍ଷକ। ହେଲେ ସରକାର ନା ଏମାନଙ୍କର ଦାବି ଶୁଣୁଛନ୍ତି, ନା ଏହାର ସମାଧାନ କିଛି ବାହାରୁଛି। ନିଜର ହକ୍‌ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Advertisment

ଆଜକୁ ୫ରୁ ଅଧିକ ଦିନ ହେଲାଣି ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଧାରଣା ଦେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ। ବୌଦ୍ଧ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି।

ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ପୂରଣ ହେଉନାହିଁ। ଶେଷରେ ସରକାରଙ୍କ ନିକଟରେ ନିଜର ଦାବି ପହଞ୍ଚାଇବା ପାଇଁ ଦାଶ କାଠିଆ ମାଧ୍ୟମରେ ଗୀତ ପରିବେଷଣ ଭଳି ନିଆରା ପ୍ରୟାସ ଆପଣାଇଛନ୍ତି ବୌଦ୍ଧ ଜିଲ୍ଲାର ଶିକ୍ଷକ। 

Advertisment

ସୂଚନାଥାଉ କି, ରାଜ୍ୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଓଡ଼ିଶାର ଅନେକ ସ୍କୁଲରେ ତାଲା ଝୁଲୁଥିବା ବେଳେ ଆନ୍ଦୋଳନରେ ବସିଛନ୍ତି ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ। ସରକାର କୌଣସି ଘୋଷଣା କରୁନଥିବାରୁ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ସରକାର ତୁରନ୍ତ ନିଷ୍ପତ୍ତି ନେଇ ସ୍କୁଲ୍‌ ଖୋଲିବାକୁ ଅଭିଭାବକମାନେ ଦାବି କରିଛନ୍ତି। ସେପଟେ ଆନ୍ଦୋଳନରତ ଶିକ୍ଷକ ଅନୁପସ୍ଥିତ ରହିଲେ, ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଭରଣା କରିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ।

Teachers Protest
Advertisment
Advertisment