Advertisment

ଟାବଲେଟ୍‌ ପାଇବେ କୁନିକୁନି ପିଲା; ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଦେବେ ଏହି ସରକାର

କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
On teachers day yogi to roll out scheme for tabs in govt schools

On teachers day yogi to roll out scheme for tabs in govt schools

ପ୍ରାଥମିକ ବିଦ୍ୟାଳୟରେ ମିଳିବ ଟାବଲେଟ୍ ଓ କମ୍ପ୍ୟୁଟର । ପ୍ରାଥମିକ ଶିକ୍ଷାକୁ ଡିଜିଟାଇଜ୍‌ କରିବାକୁ ସରକାର ଏପରି ଏକ ଯୋଜନା କରୁଥିବା କୁହାଯାଇଛି । ଫଳରେ ପିଲାମାନଙ୍କ ଶିକ୍ଷାରେ ଉନ୍ନତି ଆସିବା ସହ ପ୍ରତ୍ୟେକ ପିଲାଙ୍କୁ ଟାବ୍‌ଲେଟ୍‌ ବା କମ୍ପୁଟର ମିଳିବ ବୋଲି ସୂଚନା ଦିଆଯାଇଛି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଯୋଜନା ଅନୁସାରେ ଉତ୍ତରପ୍ରଦେଶର ୧ ଲକ୍ଷରୁ ଅଧିକ ରାଜ୍ୟ ପରିଚାଳିତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପିଲାମାନେ ଉପକୃତ ହୋଇପାରିବେ । ପ୍ରାଥମିକ ସ୍କୁଲ ଗୁଡ଼ିକର ପ୍ରତ୍ୟେକ ପିଲା ଟାବଲେଟ୍ ପାଇପାରିବେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ ଗୁରୁଦିବସ ଅବସରରେ ଏହି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ଶିକ୍ଷା ବିଭାଗ ୨, ୦୯,୮୬୩ଟି ଟାବ୍‌ଲେଟ୍‌ କ୍ରୟ କରିସାରିଛି । ଯାହାକି ଆସନ୍ତା ମାସରେ ପର୍ଯ୍ୟାୟକ୍ରମେ ସ୍କୁଲ ଗୁଡ଼ିକରେ ପହଞ୍ଚିବ ।

Advertisment

ଏନେଇ ସିନିୟର କନସୋଲଟାଣ୍ଟ ଆନନ୍ଦ ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରଶାସନିକ କ୍ଷେତ୍ରରେ ବିଦ୍ୟାଳୟ ଗୁଡ଼ିକୁ ମଜଭୁତ କରିବାକୁ ଉଦ୍ୟମ କରାଯାଉଛି । ସରକାରଙ୍କ ଏହି ପ୍ରୟାସ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ କରିବ । ଖାଲି ଇଣ୍ଟରନେଟ୍‌ ଶିକ୍ଷାରେ ନୁହେଁ ବରଂ ଅନେକ ଦିଗ ପ୍ରତି ପିଲାମାନେ ଧ୍ୟାନ ଦେଇପାରିବେ ।

ଆହୁରି କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯାଇପାରିବ ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୮,୩୮୧ଟି ପ୍ରାଥମିକ ବିଦ୍ୟାଳୟ ଏବଂ କସ୍ତୁରବା ଗାନ୍ଧୀ ବାଲିକା ବିଦ୍ୟାଲୟସ୍ (KGBVs) ପାଇଁ ସ୍ମାର୍ଟ କ୍ଲାସ୍ ସେଟଅପ୍ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିବାର ଯୋଜନା ଥିବା ସୂଚନା ଦେଇଛନ୍ତି।

Teachers' Day Govt Schools Yogi Aditya Nath
Advertisment
Advertisment