/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693564785.jpg)
Mukhyamantri Medhabi Chhatra Protsahan Yojana
ଏଣିକି ST/SC ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଉଚ୍ଚଶିକ୍ଷା । ବିନା ମୂଲ୍ୟରେ ଡାକ୍ତରୀ ପାଠ ପଢ଼ିପାରିବେ ST/SC ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖାଲି ମେଡିକାଲ୍ ଯେ ତାହାନୁହେଁ, ମାଗଣାରେ ମେଡିକାଲ ସାଙ୍ଗକୁ ଇଂଜିନିୟରିଂ ପାଠ ମଧ୍ୟ ପଢ଼ିପାରିବେ SC/ST ଛାତ୍ରଛାତ୍ରୀ ।
ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ST/SC ପିଲାମାନଙ୍କୁ ଆର୍ଥିକ ସହାୟତା ମିଳିବ । ଏଥି ସହିତ ସରକାରୀ ସ୍କୁଲରେ ପାଠପଢୁଥିବା ପିଲାମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ MMCPY ଯୋଜନା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ST/SC ଛାତ୍ରଛାତ୍ରୀଙ୍କୁ ସହାୟତା ମିଳିଲେ ବହୁ ମେଧାବୀ ପିଲା ଉପକୃତ ହୋଇପାରିବେ । ବିଶେଷକରି ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବେଶ ଉପକୃତ ହୋଇପାରିବେ ।
ଅତୀତରେ ଗରୀବ ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ଭଲପାଠ ପଢ଼ି ମଧ୍ୟ ନିଜର ସ୍ୱପ୍ନ ସାକାର କରିବାରେ ଅନେକ କଷ୍ଟ କରିଥିବା ନଜରକୁ ଆସିଛି । ଏମିତିକି କିଛି ପିଲା ଅନେକ କଷ୍ଟ ସହି ସଫଳତାର ସ୍ୱାଦ ଚାଖିଥିବାବେଳେ କିଛି ମେଧାବୀ ଛାତ୍ରଛାତ୍ରୀ ଅର୍ଥାଭାବ କାରଣରୁ ଅଧାରୁ ପାଠପଢ଼ାରେ ଡୋରୀ ବାନ୍ଧିଛନ୍ତି ।
ଏପରି ସମୟରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଲୋକେ ସ୍ୱାଗତ କରୁଥିବାବେଳେ ସରକାରଙ୍କ ଏହି ପ୍ରୟାସ କେତେ ସଫଳ ହେଉଛି ଏବଂ କେତେ ପିଲାଙ୍କ ନିକଟରେ ଏହି ସୁବିଧା ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)