ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।
ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।
ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ଜାରି କରିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଷ୍ଟରରେ ମୃତକଙ୍କ ମୁହଁ ଓ ଜବତ ହୋଇଥିବା ଅନ୍ୟ ବସ୍ତୁର ଫଟୋ ରହିଛି।
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବେଳେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ହେଉଛି।
ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜୁଗଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ସୋନାଲି ମୋହିତଙ୍କ ଅଭିଯୋଗକୁ ମିଛ ବୋଲି କହିବା ସହ, ସେ ତାଙ୍କ ବିବାହ ପୂର୍ବର ଜୀବନ ଓ ଟାଟୁ ଆଦି ସବୁକଥା ଜାଣି ବିବାହ କରିଥିଲେ ବୋଲି କହିଛନ୍ତି। ଏଥିସହ ବିବାଦର ନୂଆ କାରଣ ବତାଇଛନ୍ତି ସୋନାଲି।
ପ୍ରକାଶଥାଉକି- ସାହେବ-ବିବି ଓ ସାଜିସ୍ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରା ଉଚରା କରିଥିଲା।
ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫାରେ ସଂପୃକ୍ତ ଡିଏଫ୍ଓଙ୍କୁ ପାଇଁ ବଢ଼ାଇ ଦିଆଯାଇଥିଲା ଅସମ୍ଭବ ସୁରକ୍ଷା। ତେବେ ଜଣେ ଅଭିଯୁକ୍ତଙ୍କୁ ଜେରା ପାଇଁ କାହିଁକି ଏତେ ସୁରକ୍ଷା, କିଛି ବୁଝିହେଉନଥିଲା।
ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ।
କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି, ସବୁ ଦିଗରୁ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରା ବେଳେ କିଛି ତଥ୍ୟ ପାଇଛୁ। ଏହା କହି ହେବନି ବୋଲି ଏସ୍ଡିଓ କହିଛନ୍ତି।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ସୌମ୍ୟଙ୍କ ଏକ ହାତଲେଖା ଡାଏରୀ ସାମ୍ନାକୁ ଆସିଛି।
ସୌମ୍ୟରଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନଉଛି। ଏହା ଭିତରେ ଆମ୍ବୁଲାନ୍ସ ଡ୍ରାଇଭର ଅନେକ ରହସ୍ୟର ଉନ୍ମୋଚନ କରିଛନ୍ତି। କ’ଣ କହିଛନ୍ତି ଡ୍ରାଇଭର, ଜାଣନ୍ତୁ।
ପ୍ରାଥମିକ ଯାଞ୍ଚ ବେଳେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍ପି ସ୍ପଷ୍ଟ କରିଛନ୍ତି- ଘର କବାଟରେ ପୋଡ଼ା ଚିହ୍ନ ରହିଛି, ମଶା ନେଟ୍ରେ ନିଆଁ ଲାଗିଛି। ହେଲେ ଘଟଣା ପରର ଏ ଚିତ୍ର କହୁଛି- ଘର ଭିତରେ ଆଉ ସବୁ ଆସବାବ ଠିକ୍ ଅଛି।
କୁଆଖାଇ ନଦୀ ପଠାରେ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଯଦିଓ ମୃତକଙ୍କ ପରିଚୟ ମିଳିପାରି ନାହିଁ ତେବେ ମୃତଦେହ ଜଣେ ପୁରୁଷଙ୍କ ବୋଲି ଜଣାପଡ଼ିଛି।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୌମ୍ୟଙ୍କ କ୍ୱାର୍ଟର୍ସ ହିଁ କ୍ରାଇମସ୍ପଟ ବୋଲି କହିଲେ ଡିଆଇଜି । ସେ ଆହୁରି କହିଛନ୍ତି ଘଟଣା ସ୍ଥଳ ପରିଦର୍ଶନ କଲି, ଏଠାରେ ଜଳିବାର ଚିହ୍ନ ରହିଛି ।
ଧାରା ୪୧ ଅନୁସାରେ କୌଣସି ଲୋକ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ମାମାଲା ରୁଜୁ ହୋଇଥିଲେ କିମ୍ବା ସନ୍ଦେହ ଘେରରେ ଥିଲେ ପୋଲିସ ତାଙ୍କୁ ଗିରଫ କରିପାରିବ । ତେଣୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ । ଗିରଫ ପରେ ରିମାଣ୍ଡରେ ଆଣି ପୋଲିସ ତାଙ୍କୁ ପଚରାଉଚରା କରିପାରିବ
ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି ।
ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରିବା ପରେ ହାତରେ ଲାଗିଛି ଏମିତି ସୁରାକ୍।
ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ ମୃତ ଏସିଏଫଙ୍କ ପତ୍ନୀ । ପରୀକ୍ଷା ସରିବା ପରେ ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ୍ ଦେବାକୁ ଚାହିଁଥିଲେ । ତେବେ ହଷ୍ଟେଲରେ ଭୋଜି ମନା, କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲେ ଇନଷ୍ଟିଚ୍ୟୁଟ ମୁଖ୍ୟ । ଆଉ ତା’ପରେ ଅନୁମତି କ୍ରମେ ସାଙ୍ଗସାଥୀଙ୍କୁ ଲଞ୍ଚ୍ ଦେଇଥିଲେ
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି। ମମତା-ବିଦ୍ୟାଙ୍କ ମଧ୍ୟରେ ରହିଛି ପୁରୁଣା ସମ୍ପର୍କ। ଏକଥା ନିଜେ କହିଲେ ମମତାଙ୍କ ଶ୍ୱଶୁର। ତେବେ କି ସମ୍ପର୍କ ରହିଛି ଉଭୟଙ୍କ ମଧ୍ୟରେ ?
ସୁରତରୁ ଲୁଟ୍ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍ ଭିତରୁ ଲୁଟେରାଙ୍କୁ ରେଲ୍ୱେ ପୋଲିସ୍ ଧରିଛି।
ସ୍ୱାମୀକୁ ଛାଡ଼ି ମୋତେ ବାହା ହେବାକୁ ପ୍ରସ୍ତାବ ଦେଲି । ମୁଣ୍ଡରେ ସିନ୍ଦୂର ଦେଲି । ରାଜି ନହେବାରୁ ଜୀବନ ନେଲି । ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ପୋଲିସ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ।
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା ।
ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି ।