Advertisment

ଡିକି ଭାଙ୍ଗି ପ୍ରେମିକାକୁ ଗିପ୍ଟ ଦେଉଥିଲା ଚୋର !

ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି।

author-image
Chandan Shishu
lootera arrest in bolangir

lootera arrest in bolangir

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବାଇକ୍ ଡିକି ଭାଙ୍ଗି ଲୁଟୁଥିଲେ ଆଉ ପ୍ରେମିକାକୁ ଦେଉଥିଲେ ସୁନା ଅଳଙ୍କାର। ନିଜକୁ ଏକ ଘରୋଇ କମ୍ପାନିର ଅଫିସର୍ ପରିଚୟ ଦେଇ ବିବାହ ବି କରିବାକୁ ଯୋଜନା କରୁଥିଲ। ବଲାଙ୍ଗିର ପୋଲିସ୍ ହାତରେ ତିନି ଜଣ ଲୁଟେରା ଧରାପଡ଼ିବା ପରେ ପଦାକୁ ଆସିଛି ଏଭଳି କିଛି ପ୍ରେମ କାହାଣୀ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୋନପୁରର ଦୟାସାଗର ମାଝି ଖୋଲିଛନ୍ତି ନିଜ ଲଭ୍ ଷ୍ଟୋରୀ।

Advertisment

ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି। 

ତିନିଜଣ ଲୁଟେରା ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ନଗଦ ଟଙ୍କା ଏବଂ ଲୁଟ ଟଙ୍କାରେ କିଣା ଯାଇଥିବା ୧ ଲକ୍ଷ ୪୮ ହଜାର ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ। ସେମାନଙ୍କ ଠାରୁ ବାଇକ, ମୋଵାଇଲ,ସିମକାର୍ଡ ଜବତ କରାଯାଇଛି। ସେମାନଙ୍କ ଠାରୁ ଡିକି ଲୁଟ ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରପାତି ଜବତ କରାଯାଇଛି । ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି ବଲାଙ୍ଗିର ଓ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡିକି ଭାଙ୍ଗି ଲୁଟ କରରୁଥିଲେ। ଏକଥା ସେମାନେ ମଧ୍ୟ ସ୍ୱୀକାର କରିଛନ୍ତି।  ଲୁଟ୍ ଟଙ୍କାରେ ଦୟାସାଗର ଦୁଇଟି ସୁନା ହାର, ଗୋଟିଏ ଚେନ୍, ଚୁଡ଼ି ଓ ଦୁଇ ଶଙ୍ଖା କିଣିଥିଲା। ଦୟାସାଗର ତା’ର ପ୍ରେମିକକୁ ବିବାହ କରିବା ଲାଗି ଏହି ସୁନା ଗହଣା ଦେଇଥିଲା। ତେବେ ଗିରଫ ପରେ ଲୁଟ୍ ସୁନା ଗହଣାକୁ ପୁଲିସ୍ ଯୁବତୀଙ୍କ ଠାରୁ ଜବତ କରିଛି। 

ଗିରଫ ତିନିଜଣ ଲୁଟେରାଙ୍କୁ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା କ୍ୟାଶ୍ ଏବଂ ଲୁଟ ଟଙ୍କାରେ କିଣା ଯାଇଥିବା ୪୫ ଗ୍ରାମର ସୁନା ଗହଣା (ଆନୁମାନିକ ୧ ଲକ୍ଷ ୪୮ ହଜାର ଟଙ୍କା ହେବ) ଜବତ କରିଛି ପୁଲିସ। ଏହାଛଡ଼ା ସେମାନଙ୍କ ଠାରୁ ଦୁଇଟି ବାଇକ, ୬ଟା ମୋବାଇଲ୍, ୧୦ଟା ସିମ୍ କାର୍ଡ, ଡିକି ବ୍ରେକିଂ ଟୁଲ୍ସ, ନମ୍ବର ପ୍ଲେଟ୍ ବଦଳାଇବା ଟୁଲ୍ସ, ୯ଟା ନମ୍ବର ପ୍ଲେଟ୍, ମୋବାଇଲ ଓ ସିମକାର୍ଡ ଜବତ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି। ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Bolangir Lover Gift
Advertisment
Advertisment