Advertisment

ଭିଜିଲାନ୍ସ ହାବୁଡ଼ରେ ଜେଇ, ୫ ବର୍ଷ ଚାକିରିରେ ୬୦ ପ୍ଲଟ

୫ ବର୍ଷ ୧୦ ମାସ ହେଲାଣି ଚାକିରି କରିଛନ୍ତି। ଆଉ ୨ ମାସ ହୋଇଥିଲେ, ରେଗୁଲାର ହୋଇଥାନ୍ତେ। ସୂଚନା ଅନୁସାରେ ଦେବଗଡ଼, ସମ୍ବଲପୁରରେ ତାଙ୍କର ୬୦ରୁ ଅଧିକ ପ୍ଲଟ ଅଛି। ନଗଦ ୫ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ମିଳିଛି।

author-image
Chandan Shishu
Vigilance Raid on je house

Vigilance Raid on je house

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ୫ ବର୍ଷ ଚାକିରରେ ୬୦ଟି ପ୍ଲଟ। ତାହା ପୁଣି କଣ୍ଟ୍ରାଚ୍ୟୁଆଲ ଚାକିରିରେ। ଯଦି ରେଗୁଲାର ହୋଇଥିଲା, କଣ କରିଥାନ୍ତେ ଭାବନ୍ତୁ। ନିଜ ନାଁର ସାର୍ଥକତା ପ୍ରତିପାଦନ କରି ନିଜର ବିକାଶ କରିଛନ୍ତି ଦେବଗଡ଼ ଜିଲ୍ଲା ତିଲେଇବଣିର ଜେଇ ବିକାଶ ବେହେରା। ଅବଶ୍ୟ କେଉଁ ଉପାୟରେ କରିଛନ୍ତି, ସଦ୍ ଉପାୟରେ କି ଅସଦ୍ ଉପାୟରେ ତାକୁ ନେଇ ପ୍ରଶ୍ନ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଏହି କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରୁଛି।

Advertisment

ବିକାଶ ବେହେରାଙ୍କ ଘର ଓ ଶ୍ୱଶୁର ଘର ଉପରେ ଏକକାଳୀନ ଚଢ଼ାଉ ଚାଲିଛି। ଜେଇଙ୍କ ବଳମ ବାସଭବନ ଓ କଣ୍ଢଳରେ ଥିବା ଶ୍ୱଶୁର ଘରେ ଚଢାଉ ଜାରି ରହିଛି।  ଦେବଗଡ଼, ରାଉରକେଲା, ଝାରସୁଗୁଡ଼ାରେ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଏକକାଳୀନ ରେଡ୍ କରୁଛି। ବଣିଆ କିଲିଣ୍ଡା, ଛେପିଲିପାଲି, ବଡ଼ ଛାପଲ ପଞ୍ଚାୟତରେ ଜେଇ ଭାବେ କାମ କରୁଥିଲେ ବିକାଶ।

ସେ ୫ ବର୍ଷ ୧୦ ମାସ ହେଲାଣି ଚାକିରି କରିଛନ୍ତି। ଆଉ ୨ ମାସ ହୋଇଥିଲେ, ରେଗୁଲାର ହୋଇଥାନ୍ତେ। ସୂଚନା ଅନୁସାରେ ଦେବଗଡ଼, ସମ୍ବଲପୁରରେ ତାଙ୍କର ୬୦ରୁ ଅଧିକ ପ୍ଲଟ ଅଛି। ନଗଦ ୫ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ମିଳିଛି। ଗାଡ଼ି ଭାବେ ଗୋଟିଏ ବୋଲେରୋ, ବୁଲେଟ ବି ରହିଛି। କେବଳ ଘରର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।    ... 

Advertisment
Vigilance Raid JE Contractual Job
Advertisment
Advertisment