Advertisment

ପ୍ରେମର ଆକ୍ରୋଶରେ ବଳି ପଡ଼ିଗଲେ ମା' !

ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ହତ୍ୟାକାଣ୍ଡ ଘଟିଥିବା ସ୍ଥାନ

ହତ୍ୟାକାଣ୍ଡ ଘଟିଥିବା ସ୍ଥାନ

ଦେବଗଡ଼: ପ୍ରେମ ଏକ ବିଶ୍ୱାସର ବନ୍ଧନ। ପ୍ରେମ ମାନେ ନି କୌଣସି ବାଧା ବିଘ୍ନ କିମ୍ବା ଜାତି, ଧର୍ମ। ହେଲେ ଏହି ପ୍ରେମର ପରିଣତ ନିଜ ଓ ପରିବାର ଉପରେ କଣ ପ୍ରଭାବ ପକାଇପାରେ ତାହା ଏହି ଘଟଣା ପରେ କଳନା ହିଁ କରିବା ମୁସକିଲ୍। ଝିଅର ପ୍ରେମ ସମ୍ପର୍କକୁ ନେଇ ଉତକ୍ଷୀପ୍ତ ପରିବାରଲୋକେ ପ୍ରେମିକଙ୍କ ଘରେ ପଶି ଭିଆଇଛନ୍ତି ନାରକୀୟକାଣ୍ଡ। ଦେବଗଡ଼ ଗାଡ଼ପାଲ ଗାଁରେ ଘଟିଛି ଏଭଳି ଘଟଣା।

Advertisment

ନରେନ୍ଦ୍ର ଶବରଙ୍କ ଝିଅଙ୍କ ସହ ଗାଁର ପ୍ରିତମ କୁଲୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏନେଇ ପରିବାରଲୋକେ ନିଜ ଝିଅକୁ ତାଗିଦ୍ କରିଥିଲେ। ହେଲେ ଝିଅ କଥା ନଶୁଣିବାରୁ ଶେଷରେ ଗତକାଲି ରାତିରେ ନେଇଥିଲେ ଚରମ ନିଷ୍ପତ୍ତି। ନରେନ୍ଦ୍ର ଓ ତାଙ୍କ ୪ ପୁଅ ପ୍ରିତମଙ୍କ ଘରେ ଧସେଇ ପଶି ହଣାକଟା ଆରମ୍ଭ କରିଥିଲେ।ପ୍ରିତମଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। 

ଏ ପୂରା ଘଟଣାକୁ ଘର ଭିତରୁ ଅସହାୟ ହୋଇ ଦେଖୁଥିଲେ ପ୍ରୀତମଙ୍କ ବଡ଼ ଭଉଣୀ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବା ପରେ ସେ ବାହାରକୁ ଆସିଥିଲେ। ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଭାଇ ପ୍ରୀତମକୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ଖବର ପାଇ ଦେବଗଡ଼ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା। ଗୁରୁବାର ସକାଳେ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଭୟରେ ଜଙ୍ଗଲ ଭିତରେ ଲୁଚିଥିବା ପ୍ରୀତମଙ୍କ ପ୍ରେମିକାଙ୍କୁ ପ୍ରଥମେ ପୁଲିସ ଉଦ୍ଧାର କରିଥିଲା।

ଦେବଗଡ଼ ଏସ୍‌ପି ରାଜକିଶୋଣ ପାଇକରାୟ କହିଛନ୍ତି, ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଧର୍ମୁ ଶବର ଏବେ ଫେରାର ରହିଛି। ତଦନ୍ତ ଚାଲିଛି। ଖୁବଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ। ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ପ୍ରୀତମଙ୍କ ପରିବାରର ବାକି ସଦସ୍ୟଙ୍କ ଉପରେ ବିପଦ ରହିଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି।

Murder Mother Hospital Love
Advertisment
Advertisment