• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗତକାଲି RO ନରୋତ୍ତମ ବେହେରାଙ୍କ ନିକଟରୁ ୮୯ ହଜାର ଜବତ ହୋଇଥିଲା

  • ଆଜି ଘରୁ ମିଳିଛି ଆହୁରି ୯ଲକ୍ଷ ୨୫ ହଜାର

ଭୁବନେଶ୍ୱର : ଭିଜିଲାନ୍ସ ପଞ୍ଝାରେ ୩ ପ୍ରଥମ ଶ୍ରେଣୀ ଅଧକାରୀ । ବଡ଼ ବାବୁଙ୍କ ଠାରୁ ବିଡ଼ା ବିଡ଼ା ଟଙ୍କା ପାଇବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି  । ଗତକାଲି ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧତ୍କାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଜଣଙ୍କ ଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି ।

ତେବେ ତିନି ଅଧିକାରୀଙ୍କ ଗିରଫ ନେଇ ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ । ସେମାନଙ୍କୁ ଠାରୁ ମୋଟ୍ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଏବେ ଅଭିଯୁକ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ସେମାନେ ବ୍ଲାକ ମନି ନେଇ ଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବାଲେଶ୍ୱର ପଲ୍ୟୁସନ୍ କଂଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧତ୍କାରୀ ନରୋତ୍ତମ ବେହେରାଙ୍କ ଠାରୁ ମୋଟ୍ ୧୦ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି । କାଲି ଟାଙ୍ଗୀ ଚେକ୍ ଗେଟ୍ ପାଖରେ ନରୋତ୍ତମଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ ହୋଇଥିଲା । ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା ।  ଆଉ ରେଡରେ ଆଜି ଆଜି ତାଙ୍କ ଘରୁ ଆଉ ୯ ଲକ୍ଷ ୨୫ ହଜାର ଜବତ ହୋଇଛି ।

ସେହିପରି କେନ୍ଦୁଝର ବୈତରଣୀ ଜଳସମ୍ପଦ ଡିଭିଜନ ଯନ୍ତ୍ରୀଙ୍କ ଠାରୁ ୧୦ ଲକ୍ଷ ୭୧ ହଜାର ଜବତ ହୋଇଛି । ସେ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ୍ ବୋଲେରୋରେ ଆସୁଥିବା ବେଳେ ଯାଜପୁରରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ । ଆଉ ଯାଂଚ କରିବା ପରେ ଯନ୍ତ୍ରୀ ବିଧାନ ସାହୁଙ୍କ କାରରୁ ଗତକାଲି ୧୦ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା । ପରେ ତାଙ୍କର କଟକ ସ୍ଥିତ ବାସଭବକୁ ସର୍ଚ୍ଚ ବେଳେ  ଆଉ ୬୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ସେହିପରି ରାଉରକେଲା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧିକାରୀ ପିକେ ମହାପାତ୍ରଙ୍କ ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଦା ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଆଉ ଗତକାଲି ତାଙ୍କ ଠାରୁ ୧.୭୫ ଲକ୍ଷ ଜବତ ହୋଇଥିଲା । ପରେ ତାଙ୍କର ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଥିଲା