Advertisment

ମମତାକୁ ଗୋଡ଼ରେ ଆଡ଼େଇ ଚାଲିଗଲା ବୋହୂ, ଜୀବନ ହାରିଲେ ଶାଶୂ

ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
କୁସୁମଙ୍କ ଫାଇଲ ଫଟୋ

କୁସୁମଙ୍କ ଫାଇଲ ଫଟୋ

ଉମରକୋଟ: ଯେଉଁ ପୁଅ, ବୋହୂଙ୍କ ମୁହଁକୁ ଚାହିଁ ସ୍ୱାମୀଙ୍କ ପେନସନ ଟଙ୍କାକୁ ସମର୍ପି ଦେଇଥିଲା ମା। ଚାକିରୀଆ ପୁଅମାନଙ୍କୁ ଛାଡ଼ି ଯେଉଁ ବେରୋଜଗାର ପୁଅ ବୋହୂଙ୍କ ପାଖରେ ମାଟି ରହୁଥିଲା, ଶେଷରେ ସେହି ମାର ମିଳିଛି ଗଳିତ ମୃତଦେହ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଶିବାଜୀ ନଗରରେ। ମୃତ ମହିଳା ହେଲେ ୨୦୦୨ରେ ପ୍ରାଣ ହରାଇଥିବା ଭାଗିରଥି ନାୟକଙ୍କ ପତ୍ନୀ କୁସୁମ।

Advertisment

ଭାଗରଥୀ ଥିଲେ ପୋଷ୍ଟାଲ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ଅବସର ପରେ ୩ ପୁଅଙ୍କ ମଧ୍ୟରୁ ବେରୋଜଗାର ଥିବା ବଡପୁଅ ପାଖରେ ରହୁଥିଲେ ଭାଗିରଥୀ ଓ ପତ୍ନୀ କୁସୁମ। ୨୦୦୨ରେ ଭାଗୀରଥୀ ପ୍ରାଣ ହରାଇବା ପରେ ବି କୁସୁମ ଫ୍ୟାମିଲି ପେନସନ୍ ପାଉଥିଲେ, ସେହି ଟଙ୍କାରେ ବଡ଼ପୁଅର ପରିବାର ସହ ନିଜେ ଚଳିଯାଉଥିଲେ। ଦୁର୍ଯୋଗକୁ ୬ମାସ ତଳେ ବଡପୁଅ ବି ଆରପାରିକୁ ଚାଲିଗଲେ। ତାପରେ ୮୨ ବର୍ଷ ବୟସରେ କୁସୁମଙ୍କୁ ଅଲଗା କୋଠରୀରେ ରଖିବା ସହ ବଡ଼ବୋହୂ ଭଲମନ୍ଦ ବୁଝୁନଥିଲେ ବୋଲି ଅଭିଯୋଗ ହୋଇଛି।

ଶେଷରେ ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। ତାସହ ମୃତଦେହକୁ ବ୍ୟବଛେଦ କରାଇ ରିପୋର୍ଟ ଆସିଲେ ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ। ତେବେ ଏନେଇ ବଡ଼ବୋହୂ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ଏନେଇ କୁସୁମଙ୍କ ସାନବୋହୂ ମନ୍ଦିରା ନାୟକ କହିଛନ୍ତି, କିଏ ମାରିଛନ୍ତି କିମ୍ବା ନିଜେ ମରିଛନ୍ତି, ତାହା ଆମେ ଜାଣିନାହୁଁ। ଯଦି ମରିଥିଲେ ତେବେ ସେମାନେ କାହିଁକି ଜଣାଇନଥିଲେ, ତାହା ତଦନ୍ତ ହେବା ଉଚିତ୍। 

Dead Body In Law Odisha Police
Advertisment
Advertisment