ପୋଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା ରାତିରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିବା। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାଳଚେର ପୋଲିସ୍ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୋଲିସ୍ ବାବୁ ଜଣକ ହେଲେ ବଅଁରପାଳ ଥାନାର ସବ୍-ଇନସପେକ୍ଟର ନୀଳମଣି ମହାନ୍ତି।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ
ଚଳନ୍ତା ବସରେ ବଢାଉ କରି ୩୦ଟି ବୋମା ଉଦ୍ଧାର କଲେ ସୁରକ୍ଷାକର୍ମୀ । ବସଟି କୋଲକାତାରୁ ଗୟା ଯାଉଥିଲା । ତେବେ ଏଥିରେ ବୋମା ନିଆଯାଉଥିବା ଆର୍ମି ଇଣ୍ଟେଲିଜେନ୍ସ ୟୁନିଟ୍କୁ ସୂଚନା ମିଳିଥିଲା ।
ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।
ପାଟିତୁଣ୍ଡ ବଢିବା ପରେ ଉତ୍ତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି ଦାଦା ରବିନ୍ଦ୍ରକୁ ଆକ୍ରମଣ କରିଥିଲା। ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ସୁଶାନ୍ତ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା। ଏଥିରେ ଝିଅର ହାତ କଟିବା ସହ ସେ ମଧ୍ୟ ତଳେ ପଡିଯାଇଥିଲା।
ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।
ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ
ଚଢ଼ଉ ସମୟରେ ବିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ।
କରୋନା ବେଳେ ଘରକୁ ଯାଇଥିବା ଛାତ୍ରଙ୍କ ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଗାଯୋଗ ରଖିବା କଥା ତାସତ୍ତ୍ୱେ ପିଲା ମାନେ ଚିଙ୍ଗୁଡ଼ି ଫାର୍ମରେ କାମ କରିବାକୁ କିପରି ଗଲେ ? ପିଲାଙ୍କ ମୃତ୍ୟୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟରେ ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ରାକେଟ୍ ସକ୍ରିୟ ରହିଛି, ତାହା ସାମ୍ନାକୁ ଆସିବା ଜରୁରୀ ବୋଲି ପ୍ରଦୀପ ଦୋହରାଇଛନ୍ତି।
ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ବସୁନ୍ଧରା ଜମି ଦୁର୍ନୀତି ସମ୍ପର୍କରେ ୬ ମାସ ତଳେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ସେତେବେଳେ ସରକାରୀ ବାବୁଙ୍କ ଦୁର୍ନୀତିର ପର୍ଦାଫାଶ କରି ଓଟିଭି ସରକାରଙ୍କ ଦୃଷ୍ଟିକୁ ଆଣିଥିଲା। ଗତ ଫେବ୍ରୁଆରୀ ୧୮ରେ ଓଟିଭିରେ ପ୍ରସାରିତ ହୋଇଥିବା ଖବର, ଯେଉଁଥିରେ ଦୁର୍ନୀତିଗ୍ରସ୍ତ ଅଫିସର ଓ ଜମି ମାଫିଆଙ୍କ ସଲାସୁତୁରାରେ କିଭଳି ଏହି ଜମି କେଳେଙ୍କାରୀ ହୋଇଥିଲା।
ଜଗତସିଂହପୁର ଜିଲ୍ଲାର ବାବୁ ଭାୟାଙ୍କୁ ବସୁନ୍ଧରା ବିପଦ, ବସୁନ୍ଧରା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ
ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।
ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି ।
ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।
ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ । ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ । ମୟୂରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ସାଂଘାତିକ ଖବର ।
ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ ।
ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର ।
ସିଲ୍ ହେଲା ବାର୍ । ସଟ୍ଡାଉନ୍ ନିୟମ ଭାଙ୍ଗି ବାର୍ ଚଲାଇଥିବାରୁ ସିଲ୍ କଲା ବିଡିଏ । ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ବାର୍ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍ ଖୋଲାଯାଇଥିଲା ।
ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ।
ଅଭିଯୋଗରୁ ଜଣାଯାଇଛି, ଗୁରୁତର ଯୁବତୀଙ୍କୁ ଏହି ଗ୍ରାମର ଜଣେ ଯୁବକ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା । ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଯୁବତୀ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ଅଟକାଇଥିଲେ ।
ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍ପି ସୂଚନା ଦେଇଛନ୍ତି।
ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ପାରଳାଖେମୁଣ୍ଡି DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।
ବଡ଼ବଜାର ଥାନା ନିକଟସ୍ଥ ଆସିକା ରୋଡ୍ରେ ଥିବା Axis ବ୍ୟାଙ୍କ ସାମ୍ନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି।ଅପହରଣ ଘଟଣାରେ ଭ୍ୟାନ୍ର ଡ୍ରାଇଭର ଆଶିଷ ଦିଗାଲଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।