Advertisment

ଓଲିଉଡ୍‌ ଲିଙ୍କ୍‌ ପରେ ସାମ୍ନାକୁ ଆସିଲା କୋଟିପତି ସରକାରୀ ବାବୁଙ୍କ ଆଉ କୋଟିଏ ଟଙ୍କା

ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

pratap samal

ଭୁବନେଶ୍ୱର: ଗିରଫ ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ପ୍ରତାପଙ୍କୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।

Advertisment

ଶେଆର ଓ ଡିବେଞ୍ଚରରେ ବିନିଯୋଗ ହୋଇଥିବା ୧ କୋଟି ୭ ଲକ୍ଷ ୩୭ ହଜାର ଠାବ ହୋଇଛି। ପ୍ରତାପ ଆଉ କେଉଁ କେଉଁ ସ୍ଥାନରେ କଳା ଟଙ୍କା ନିବେଶ କରିଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ପ୍ରତାପଙ୍କ ଓଲିଉଡ୍ ଲିଙ୍କ୍ ମିଳିବା ପରେ ଓଏଫ୍‌ଡିସିକୁ ଭିଜିଲାନ୍ସ ତଥ୍ୟ ମାଗିଛି। ପ୍ରତାପଙ୍କ ପତ୍ନୀ କେତୋଟି ଫିଲ୍ମ କରିଛନ୍ତି, କେତେ ଟଙ୍କା ବିନିଯୋଗ ହୋଇଛି ଏହାର ତଥ୍ୟ ମାଗିଛି ଭିଜିଲାନ୍ସ।   

ଗତକାଲି ପ୍ରତାପ ସାମଲଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ସରକାର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ।

Advertisment

ପୂର୍ବରୁ ୨୦୦୧ ଜାନୁଆରୀରେ ମଧ୍ୟ ସେ ନିଲମ୍ବିତ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଏବଂ ଭଦ୍ରକ ଜିଲ୍ଲା ସିମୁଳିଆରେ ନିମ୍ନମାନର ରେଷ୍ଟ ରୁମ୍ କମ୍ ଟଏଲେଟ୍ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଗତକାଲି କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କର ଓଲିଉଡ୍ ଲିଙ୍କ୍ ସାମ୍ନାକୁ ଆସିଥିଲା। 

DA Case OPHWC Officer Pratap Samal
Advertisment
Advertisment