Advertisment

ଚାକିରିରୁ ନିଲମ୍ବିତ ହେଲେ କୁବେର ଡେପୁଟୀ ମ୍ୟାନେଜର

ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।

author-image
Chandan Shishu
Deputy Manager suspended

Deputy Manager suspended

ଭୁବନେଶ୍ୱର: ଶେଷରେ ଚାକିରିରୁ ନିଲମ୍ବିତ ହେଲେ କୁବେର ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ। ଆୟବର୍ହିଭୂତ ସମ୍ପତ୍ତି ଠୁୂଳ ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ପୁର୍ବରୁ ବି ଅର୍ଥାତ ୨୦୦୧ ଜାନୁୟାରୀରେ ମଧ୍ୟରେ ନିଲମ୍ବିତ ହୋଇଥିଲେ। ବାଲେଶ୍ୱର ଜିଲ୍ଲା ସୋର ଏବଂ ଭଦ୍ରକ ଜିଲ୍ଲା ସିମୁଳିଆରେ ନିମ୍ନମାନର ରେଷ୍ଟ ରୁମ୍ କମ୍ ଟଏଲେଟ୍ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏସବୁ ଭିତରେ ଆଜି କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କର ଓଲିଉଡ୍ ଲିଙ୍କ୍ ସାମ୍ନାକୁ ଆସିଛି।

Advertisment

ପ୍ରତାପ ଓ ତାଙ୍କ ପତ୍ନୀ ନିର୍ମାଣ କରିଛନ୍ତି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ। ଏବେ ଏପରି କିଛି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି। ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।

ଏ ଦୁଇଟି ଯାକ ଫିଲ୍ମର ପ୍ରଯୋଜିକା ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ପ୍ରତାପ ସାମଲ। ରାଧାକୃଷ୍ଣ ପ୍ରଡକସନ୍ ବ୍ୟାନରରେ ଏହି ଫିଲ୍ମ ତିଆରି ହୋଇଥିଲା। ସେପଟେ ପ୍ରତାପ ସାମଲ ଆଗକୁ ଆଉ କିଛି ଫିଲ୍ମ ଯୋଜନା କରିଥିବା ସୂଚନା ମିଳିବା ପରେ ତାଙ୍କର ଓଲିଉଡ୍ ସହ ଲିଙ୍କ୍ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ। ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ ଗତକାଲି ପ୍ରତାପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

Advertisment
Bhubaneswar Vigilance Raid Deputy Manager
Advertisment
Advertisment