Advertisment

ପୋଲିସ ହାତରେ ଧରାପଡ଼ିଲେ ଲାଲ୍‌ଇଲାକାର କୁଖ୍ୟାତ ମାଓ ଦମ୍ପତି

୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
top mao leader arrested

top mao leader arrested

ରାଞ୍ଚି: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଗିରଫ। ୭୫ ବର୍ଷୀୟ ପ୍ରସାନ ବୋଷ ଓରଫ କିଶନ ଦା ଏବଂ ପତ୍ନୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ। ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ କିଶନ ଦା। କିଶନ ଦାଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ଥିଲା। ମାଓ ସଂଗଠନର ପୂର୍ବାଞ୍ଚଳ ରିଜିଅନ୍ ସଂପାଦକ ଥିଲେ କିଶନ ଦା।

Advertisment

ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିଲେ କିଶନ ଦା। କିଶନ ଦାଙ୍କ ପତ୍ନୀ ସିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓନେତ୍ରୀ ଥିଲେ। ୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।

ସେ ଏକମାତ୍ର ମହିଳା ଯିଏ ସେଣ୍ଟ୍ରାଲ କମିଟିର ନିଷ୍ପତ୍ତି ଗ୍ରହଣ କରୁଥିବା ଗ୍ରୁପରେ ରହିଥିଲେ। ୨୦୦୬ରେ ସେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ। କିନ୍ତୁ ତାଙ୍କୁ ୨୦୧୬ରେ ଜେଲରୁ ମୁକ୍ତ କରାଯାଇଥିଲା।

Advertisment

କିଶନ ଦା’ ଓ ଶିଲାଙ୍କ ଅବସ୍ଥିତି ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହାପରେ ଝାରଖଣ୍ଡ ପୁଲିସ୍‌ ଉକ୍ତ ସ୍ଥାନରେ ରେଡ୍‌ କରି ସେମାନଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରୁ ଆସିଥିବା କିଶନ ଦା’ ଝାରଖଣ୍ଡର ସାରନ୍ଦା ଜଙ୍ଗଲରୁ ରହି ନିଜ ମାଓବାଦୀ ନେଟୱର୍କ ଚଳାଉଥିଲେ। ସେହିଠାରୁ ହିଁ ତାଙ୍କୁ ଗିରଫ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Maoist Jharkhand Top Leader
Advertisment
Advertisment