Advertisment

କଳାହାଣ୍ଡି ଏସ୍‌ପିଙ୍କୁ NCPCRଙ୍କ ନିର୍ଦ୍ଦେଶ: ୩ ଦିନରେ ରିପୋର୍ଟ ଦିଅ

ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
NCPCR Notice

NCPCR Notice

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ତଥା  ଏନସିପିସିଆର୍ ୩ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କ ବଢ଼ାଇବା ଆଳରେ ଛାତ୍ରୀଙ୍କୁ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଯୌନ ଶୋଷଣ କରୁଥିବାର ଅଭିଯୋଗ ଥିଲା।

Advertisment

ଏପରିକି ଏହି ସ୍କୁଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ଭାବେ ଆସୁଥିବାର ଅଭିଯୋଗ ହୋଇଥିଲା। ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ ସହିତ କଣ କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ଜଣାଇବାକୁ କଳାହାଣ୍ଡି ଏସପିଙ୍କୁ ଏନସିପିସିଆର୍ କହିଛନ୍ତି। ସଂସ୍ଥାର ମୁଖ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ରିପୋର୍ଟ ମଗାଯାଇଛି  ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ପ୍ରକାଶଥାଉକି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା। ଏବେ ଏହି ଘଟଣା ଉପରୁ ପର୍ଦ୍ଦା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଛି। ଏବେ ଗୋବିନ୍ଦକୁ ରିମାଣ୍ଡରେ ଆଣି ପୁଲିସ ପଚରାଉତରା କରୁଛି।

Advertisment
Odisha NCPCR Mamita Meher Murder Case
Advertisment
Advertisment