Advertisment

ବଲାଙ୍ଗିରରେ ବଢୁଛି ଗ୍ୟାଙ୍ଗୱାର, ଚୁପ୍‌ ବସିଛି ପୋଲିସ୍‌

ବଲାଙ୍ଗିରବାସୀ ଆଉ ନିଜକ ସୁରକ୍ଷିତ ମଣୁନାହାନ୍ତି। କାରଣ ଏଠି କଥା କଥାକେ ମାରପିଟ୍‌ ହେଉଛି ତ ଗୋଷ୍ଠୀ କନ୍ଦଳ ବି ବଢୁଛି

author-image
Sarbeswar
ଅଦ୍ୟତନ ହୋଇଛି
Balangir Gang war

Balangir Gang war

ବଲାଙ୍ଗିର(ମନୋରଂଜନ ଯୋଶୀ): ବଲାଙ୍ଗିରରେ ଦିନକୁ ଦିନ ବିଗିଡିଯାଉଛି ଆଇନ ଶୃଙ୍ଖଳା ପରିସ୍ଥିତି। କଥା କଥାରେ ମାରପିଟ ହେଉଛି ତ ଗୋଷ୍ଠୀ ଗୋଷ୍ଠୀ ଭିତରେ ଗ୍ୟାଙ୍ଗୱାର ଚାଲିଛି। ମାରପିଟ କରି, ଅପହରଣ କରିବା ଏକ ସାଧାରଣ ଘଟଣା ହେଲାଣି ବଲାଙ୍ଗିରରେ। ପୋଲିସର କଡା କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ, ଦିନକୁ ଦିନ ମୁଣ୍ଡ ଟେକୁଛି ବିଭିନ୍ନ ଗ୍ୟାଙ୍ଗ ।

Advertisment

ମଙ୍ଗଳବାର ଦିନ ଲାଲଟିକ୍ରା ଗୋପବନ୍ଧୁ ନଗରରେ ରହୁଥିବା ଶିବପ୍ରସାଦ ବେହେରାଙ୍କ ଘରେ ଆକ୍ରମଣ କରିଥିଲେ। ଆଉ ଏକ ଗୋଷ୍ଠୀ ଘରର ସବୁ ଜିନିଷ ଓ ଗାଡି ଭଙ୍ଗାରୁଜା କରି, ପୁଅକୁ ନପାଇ ବାପାକୁ ଟେକି ନେଇଥିଲେ। ୨୫ ରୁ ୩୦ ଯୁବକ ଠିକ ସେମିତି ସପ୍ତାହେ ପୂର୍ବରୁ, ରାଧାରଣୀପଡା ନିକଟରେ, ସଂନ୍ଧ୍ୟାରେ ଭିଡ ଭିତରେ ଲୋକେ ଦେଖିଥିଲେ ଗ୍ୟାଙ୍ଗୱାର । ପୋଲିସ କହୁଛି କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ବଲାଙ୍ଗିରରେ ବଢିଚାଲିଛି ଗ୍ୟାଙ୍ଗୱାର।

ଘରେ ଥିବା ବାଇକ ଉପରେ ରାଗ ସୁଝାଇଥିଲେ ଅପରାଧି । ପୂର୍ବ ଶତୃତାକୁ ନେଇ ମଙ୍ଗଳବାର ରାତି ୧୦ ଟାରେ ଘରେ ପହଞ୍ଚିଥିଲେ ୨୫ ରୁ ୩୦ ଯୁବକ। ପୂର୍ବ ଯୋଜନା ମୁତାବକ, ପୂରା ଫିଲ୍ମ ଷ୍ଟାଇଲରେ ଅଟୋ ଓ ବାଇକରେ ଆସିଥିଲେ। ଗୋଟିଏ ଗ୍ୟାଙ୍ଗର ୨୫ ରୁ ୩୦ ଯୁବକ ଆଖି ପିଛୁଳାକେ ଶିବପ୍ରସାଦ ବେହେରାଙ୍କ ପୁଅ ବିମଳ ବେହେରାଙ୍କୁ ଖୋଜିଥିଲେ। ବିମଳକୁ ନପାଇ, ଘରେ ଯାହା ଦେଖିଲେ, ଯାହାକୁ ପାଇଲେ, ଗୋଡାଇ ଗୋଡାଇ ଆକ୍ରମଣ କଲେ।

Advertisment

ଘରର ଆସବାବ ପତ୍ର ଓ ବାଇକ ବି ବାଦ ପଡିନଥିଲା। ଲୁହାରଡ ଓ ଧାରୁଆ ମାରଣାସ୍ତ୍ରରେ ପାଖାପାଖି ଅଧଘଣ୍ଟା ଧରି ଆତଙ୍କରାଜ ଚଲାଇଥିଲେ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ । ଆଉ କାରଣ ଥିଲା ବିମଳ ବେହେରାଙ୍କ ସହିତ ପୂର୍ବଶତ୍ରୁତା। ଶେଷରେ ବିମଳକୁ ନପାଇ, ବାପା ଶିବ ବେହେରାଙ୍କୁ ଉଠାଇନେଲେ ଦୃବୁର୍ତ୍ତ। ଆଖିରେ କନା ବାନ୍ଧି ଦୁଇ ଘଣ୍ଟାଧରି ବିଭିନ୍ନ ଜାଗା ବୁଲାଇଲା ପରେ, ଆର.ଟି.ଓ ଛକ ନିକଟରେ ଛାଡିଦେଇଥିଲେ ଦୃବୁର୍ତ୍ତ। ଏବେ ଭୟରେ ରହିଛନ୍ତି ପୁରା ପରିବାର। ଏନେଇ କୌଣସି ଗୋଷ୍ଠୀ ଲିଖିତ ଅଭିଯୋଗ କରିନାହାନ୍ତି। ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଏସ୍.ଡି.ପି.ଓ ।

ବଲାଙ୍ଗିର ଭଳି ଛୋଟିଆ ସହରରେ ମୁଣ୍ଡ ଟେକିଲାଣି ଅସାମାଜିକ ଗୋଷ୍ଠୀ ଗ୍ୟାଙ୍ଗ। କାରଣ କାହାକୁ ଅଜଣା ନୁହେଁ ବେଆଇନ ନିଶା କାରବାର ମୁଖ୍ୟ କାରଣ। ଖାଲି ସେତିକି ନୁହେଁ, ରାଜନୈତିକ ପୃଷ୍ଠପୋଷକତା ବି ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବିଙ୍କ ମତ । ଆଗକୁ ପୌରପାଲିକା ଓ ପଂଚାୟତ ନିର୍ବାଚନ ରହିଛି। ତେଣୁ ବିଭିନ୍ନ ଗ୍ୟାଙ୍ଗ ଏବେ ସକ୍ରୀୟ ହେବା ଆରମ୍ଭ ହେଲେଣି।

ଗତ ସାତ ଦିନ ତଳେ ସହରର ରାଧାରାଣିପଡା ନିକଟରେ ଦୁଇ ଗୋଷ୍ଠୀ ଭିତରେ ଗ୍ୟାଙ୍ଗୱାର ହୋଇଥିଲା । ପୋଲିସର ମୋଷ୍ଟ ୱାଣ୍ଟେଡ ସୌମ୍ୟ ଦାସକୁ ଆକ୍ରମଣ କରିଥିଲେ ଆଉ ଏକ ଗୋଷ୍ଠୀର ଅପରାଧି । ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଥିଲେ ସୌମ୍ୟ। କିନ୍ତୁ ପୋଲିସ ଗିରଫଦାରୀ ଭୟରେ ହସପିଟାଲରୁ ଫେରାର ମାରିଥିଲା ସୌମ୍ୟ । ଏବେ ବଲାଙ୍ଗିର ସହରର ଜାଗା ଜାଗାରେ ଗୋଷ୍ଠୀ କନ୍ଦଳ ଓ କଥା କଥାରେ ଗ୍ୟାଙ୍ଗଓ୍ୱାର ଚାଲିଛି। ହେଲେ ଆଜିଯାଏ ଅପରାଧିଙ୍କ ତାଲିକା କରିନି ପୋଲିସ । ଅଭିଯୁକ୍ତଙ୍କ ସାବାଡ କରିବା ଆରମ୍ଭ ହୋଇନି।

Balangir Gang War
Advertisment
Advertisment