• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • KBN ଗ୍ରୁପ୍‌କୁ ଧ୍ୱଂସ କରିବାକୁ ଅପରେସନ୍ ଦମନ୍ ।

  • ମାଷ୍ଟରମାଇଣ୍ଡ ବୁବୁ ଜେନା ଘରେ ପୋଲିସର ରେଡ୍ ।

  • ଆତ୍ମସମର୍ପଣ ପାଇଁ ବୁବୁ ଜେନାକୁ ମାଆର ନିବେଦନ ।

ଭୁବନେଶ୍ୱର, (ରିପୋର୍ଟ-ଆଲୋକ ମହାନ୍ତି): KBN ଗ୍ରୁପ୍‌କୁ ଦମନ କରିବାକୁ ପୋଲିସର ଅପରେସନ୍ ଦମନ୍ । ମାଷ୍ଟର ମାଇଣ୍ଡ ବୁବୁ ଜେନା ଘରେ ଆଜି ଚଢାଉ କରିଛି କମିଶନରେଟ ପୋଲିସ । ଭାଇରାଲ୍ ଭିଡିଓରେ ବ୍ୟବହୃତ ବନ୍ଧୁକ ଓ ହତିଆର ଖୋଜିବାକୁ ରେଡ୍ କରିଥିଲେ ବି ଖାଲି ହାତରେ ଫେରିବାକୁ ପଡ଼ିଛି । ଗ୍ରୁପ୍‌ର ଓ୍ୱାଣ୍ଟେଡ୍ ଟ୍ୱେଣ୍ଟିନାଇନ୍ ମଧ୍ୟରୁ ୯ଜଣ ଗିରଫ ହୋଇଥିବା ବେଳେ ଫେରାର ଥିବା ମାଷ୍ଟର ମାଇଣ୍ଡ ବୁବୁକୁ ଧରିବାକୁ ପୋଲିସ ଚଳାଇଛି ଉଦ୍ୟମ । 

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ । ଭାଇରାଲ ଭିଡିଓରେ ଥିବା ଖଣ୍ଡା ଓ ବନ୍ଧୁକ ଖୋଜିବାକୁ ପୋଖରୀପୁଟ ସ୍ଥିତ ଭଡ଼ା ଘରେ ତନ୍ନ ତନ୍ନ ଯାଂଚ କରିଛି ପୋଲିସ୍ ଟିମ୍ । ପୋଲିସ ଆକ୍ସନ ପରେ ଫେରାର ଥିବା ବୁବୁ ଘରୁ ସର୍ଚ୍ଚ ବେଳେ ସେମିତି କିଛି ମିଳିନି । ଘରର ଆଲମାରୀଠୁ ଆରମ୍ଭ କରି ବୁବୁ ବ୍ୟବହାର କରୁଥିବା ସାମଗ୍ରୀ, ଟ୍ରଙ୍କ ସବୁ କିଛି ଖେଳାଇ ଖୋଜିଛି ପୋଲିସ୍ । ଏପଟେ ସାମ୍ନାକୁ ଆସିଛି କେବିଏନ୍ ଗ୍ରୁପର ଆହୁରି ନୂଆ ଭିଡିଓ ।

ଘର ବାଲ୍‌କୋନୀରେ ରିଭଲ୍‌ଭରରୁ ବ୍ଲାଙ୍କ୍ ଫାୟରିଂ, ରାଜଧାନୀ ରାଜରାସ୍ତା ମଝିରେ ରାତି ଅଧରେ କାର୍ ଉପରେ ଉଦଣ୍ଡ ନୃତ୍ୟ, ହୁକ୍କା ପାର୍ଟି ଓ ରାସ୍ତା ଉପରେ ଓପନ୍ ବାର୍ । ସବୁଠି ଆତଙ୍କ ସୃଷ୍ଟି କଲାଭଳି ଠାଣି । ଏପଟେ KBN ଗ୍ରୁପର ୨୯ ଜଣିଆ ତାଲିକା ଧରି ଜଣ ଜଣକୁ ଖୋଜୁଛି କମିଶନରେଟ ପୋଲିସ । ଗତକାଲି ଚେଙ୍ଗ ଓ ସଂଜୟର ସରେଣ୍ଡର ପରେ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି । ଏବେ ପୋଲିସ ଟାର୍ଗେଟରେ ଓ୍ୱାଣ୍ଟେଡ୍ ଟ୍ୱେଣ୍ଟି । 

 

KBN ଗ୍ରୁପ୍‌ର ଆକା କିଏ ? କାହା ବଳରେ ବଳିଆନ୍ ହେଉଥିଲା ଏହି ଆତଙ୍କ ସୃଷ୍ଟିକାରୀ ଗ୍ରୁପ୍ ? କେଉଁଠୁ ଆସୁଥିଲା ବନ୍ଧୁକ ? ମାଷ୍ଟର ମାଇଣ୍ଡ ବୁବୁ ଜେନାର ବାପା ଜଣେ ପୋଲିସ୍ ଡ୍ରାଇଭର୍ । ତେଣୁ ଏଥିପାଇଁ ହାତ ମାରୁ ନଥିଲା କି ପୋଲିସ୍ ? ସେପଟେ ବୁବୁର ମାଆ କହିଛନ୍ତି ତାକୁ ତେଜ୍ୟପୁତ୍ର କରିଦେବେ ବୋଲି ବାପା କହୁଥିଲେ । ଏବେ ଯାହା ପୋଲିସ୍ ଆକ୍ସନ ହେଉଛି ସେଥିରେ ସେ ସାବାଡ଼ ହେବ । ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ସେ ପୁଅକୁ ଅପିଲ୍ କରିଛନ୍ତି । 

KBN ଗ୍ରୁପ୍‌ର ଓ୍ୱାଣ୍ଟେଡ୍ ଟ୍ୱେଣ୍ଟିନାଇନ୍‌ ଭିତରୁ, ୬ରୁ ୭ ଜଣଙ୍କ ବିରୋଧରେ ରହିଛି ୩୦୭ ଭଳି ସଂଗୀନ ଦଫା । ଏବେ ଏହି ଆତଙ୍କ ସୃଷ୍ଟିକାରୀ KBN ଗ୍ରୁପ୍‌କୁ ଦମନ କରିବାକୁ ପୋଲିସ ଚଳାଇଛି ଅପରେସନ୍ ଦମନ୍ ।