ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ ।
୫ ବର୍ଷ ୧୦ ମାସ ହେଲାଣି ଚାକିରି କରିଛନ୍ତି। ଆଉ ୨ ମାସ ହୋଇଥିଲେ, ରେଗୁଲାର ହୋଇଥାନ୍ତେ। ସୂଚନା ଅନୁସାରେ ଦେବଗଡ଼, ସମ୍ବଲପୁରରେ ତାଙ୍କର ୬୦ରୁ ଅଧିକ ପ୍ଲଟ ଅଛି। ନଗଦ ୫ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ମିଳିଛି।
କେମିତି ହେଲା ମନିଷ ଦାସଙ୍କ ମୃତ୍ୟୁ ? ମନିଷ ଦାସଙ୍କ ମୃତ୍ୟୁ କିପରି ହେଲା ଏବଂ ସେ ପାତ୍ରପଡ଼ା ପୋଖରୀକୁ କେମିତି ଆସିଲେ ତାହା ଜାଣିବା ପାଇଁ ଡାଏଟମ୍ ଟେଷ୍ଟ କରାଯିବ ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।
ଗତ ଜୁଲାଇ ୧୭ ତାରିଖର ଏକ ଲୁଟ ଅଭିଯୋଗର ଖୋଲତାଡ କରୁକରୁ ପୋଲିସ ହାତରେ ଲାଗିଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗିର ଓ ସୋନପୁର ଜିଲ୍କାର ବିଭିନ୍ନ ଅଂଚଳରେ ଡିକି ଭାଙ୍ଗି ଲୁଟ କରିଥିବା ଲୁଟେରା ମାନେ ସ୍ୱୀକାର କରିଛନ୍ତି।
ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଯୁବକ ଜଣକ ମନିଷ ବୋଲି ଜଣାପଡ଼ିଥିଲା। ଗତକାଲି ଇନଫୋସିସ୍ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେହି ଯୁବକ ଜଣକ କିଏ ସେ ସମ୍ପର୍କରେ ଏବେ ତଦନ୍ତ କରାଯାଇଥିଲା।
ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହେଲା
ଭିଜିଲାନ୍ସ ପଞ୍ଛାରେ ୩ ପ୍ରଥମ ଶ୍ରେଣୀ ଅଧତ୍କାରୀ ଗିରଫ । ଗତକାଲି ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧତ୍କାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଜଣଙ୍କ ଠାରୁ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି
ଖୋର୍ଦ୍ଧା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ କାର୍ତ୍ତିକ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କୌଣସି କାରଣକୁ ନେଇ କାର୍ତ୍ତିକ ତାଙ୍କ ସ୍ତ୍ରୀକୁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି
ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।
ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା।
ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ନେଇ ଲାଞ୍ଚ ମାଗିଥିଲେ ଡାକ୍ତର ଦେବଦତ୍ତ ପାତ୍ର । ଡାକ୍ତର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।
ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦିଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ ।
ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।
ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।
କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗିରଫ। ୨୦୧୮ରେ କେନ୍ଦୁଝର ପୋଲିସ ଟିମାକୁ ରିମାଣ୍ଡରେ ନେବାବେଳେ ପୋଲିସ ହେପାଜତରୁ ସେ ଚମ୍ପଟ ମାରିଥିଲା।
ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି।
ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା।
ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ୨୦୦୩ରୁ ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ ହଡ଼ପ କରିନେଉଥିଲେ ।