Advertisment

ୱାର୍କ ଅର୍ଡର ଦେବାକୁ କହି ଚୂନ ଲଗାଇଥିଲେ RAW ଅଧିକାରୀ

ଜଣକୁ ୱାର୍କ ଅର୍ଡର ଦେବାକୁ କହି ୩ ଜଣ ଠକିଥିଲେ। ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହି ୩ ଜଣ ଠକିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Delhi-based businessman is actually a RAW officer

Delhi-based businessman is actually a RAW officer

ଭୁବନେଶ୍ୱର: ବ୍ୟବସାୟୀଙ୍କୁ ୧.୧୭ କୋଟି ଠକିଥିଲେ RAW ଅଧିକାରୀ। ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ରାଜେଶ ଗେହଲଟ। ଅସଲରେ RAW ଅଧିକାରୀ ହୋଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆଯାଇଛି। ଜଣକୁ ୱାର୍କ ଅର୍ଡର ଦେବାକୁ କହି ୩ ଜଣ ଠକିଥିଲେ। ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହି ୩ ଜଣ ଠକିଥିଲେ।

Advertisment

ମାମଲାରେ କ୍ରାଇମବ୍ରାଞ୍ଚ ଅନ୍ୟ ୨ ଅଭିଯୁକ୍ତଙ୍କୁ ବି ଗିରଫ କରାଯାଇଛି। ସେମାନେ ହେଉଛନ୍ତି, ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଗତ ୧୮ରେ ତୃତୀୟ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଟ୍ରାଞ୍ଜିଟ୍ ବେଲ୍‌ରେ ଅଣାଯାଇ ୨୪ ତାରିଖରେ ହାଜର କରାଯିବ। ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହି ଠକେଇ ହୋଇଥିଲା। ଏଥିରେ ଅନ୍ୟ ଦୁଇ ଜଣ ଠକ ରହିଥିବା ବେଳେ ରାଜେଶ ଗେହଲଟ RAW ଅଧିକାରୀ ବୋଲି ଚିହ୍ନଟ ହୋଇଛି।

Bhubaneswar Raw Officer
Advertisment
Advertisment