Advertisment

ସ୍ତ୍ରୀର ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ଜୟନ୍ତ ସାମଲ ଓ ତାଙ୍କ ପତ୍ନୀ

ଜୟନ୍ତ ସାମଲ ଓ ତାଙ୍କ ପତ୍ନୀ

କଟକ: ପୁଣି ଜୀବନ ନେଲା ମାଞ୍ଜା ସୂତା। ମାଞ୍ଜା ସୂତାରେ କଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତପୁର ପିରବଜ଼ାର ଅଞ୍ଚଳରେ। ମୃତ ଯୁବକ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ। ଆଜି ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀ ଙ୍କ ସହ ଶ୍ୱଶୁର ଘରକୁ ଯାଉଥିଲେ।  

Advertisment

ଅପରାହ୍ଣ ୪ଟା ବେଳେ ଭୟରପୁର ଅଞ୍ଚଳର ଯୁବକ ଜୟନ୍ତ ସାମଲ ସ୍ତ୍ରୀଙ୍କୁ ବାଇକରେ ବସାଇ ପୀର ବଜାର ରାସ୍ତାରେ ଯାଉଥିଲେ। ଏହି ସମୟରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ତାଙ୍କ ବେକରେ ଲାଗି ଯାଇଥିଲା। ଏଥିରେ ତାଙ୍କର ବେକ କଟି ଯାଇଥିଲା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଯୁବକଙ୍କ ପରିବାର ଲୋକେ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି। 

ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଯୁବକର ମୃତ୍ୟୁକୁ ନେଇ ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ। ପରିବାର ଲୋକେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀ ଏବଂ ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ଗିରଫ କରିବା ନେଇ ଦାବି କରିଛନ୍ତି। ଅନ୍ୟପକ୍ଷରେ ଯୁବକଙ୍କ ମୃତ୍ୟୁରେ ଭୟରପୁର ଗାଁରେ ଶୋକର ଛାୟା ଖେଳିଯାଇଛି।

Advertisment

ମୃତ ଯୁବକ ଜଣକ ୬ ମାସ ତଳେ ବିବାହ କରିଥିଲେ। ଚଳିତ ବର୍ଷ ଜୁନ୍ ୨୮ ତାରିଖରେ ଜୟନ୍ତ ବିବାହ କରିଥିବା ଜଣାପଡ଼ିଛି। ହେଲେ ବିବାହକୁ ବର୍ଷେ ନପୁରୁଣୁ ଅକାଳରେ ଚାଲିଯାଇଛି ଯୁବକର ଜୀବନ। ଏଭଳି ଦୁଃଖଦ ଘଟଣାକୁ ସ୍ଥାନୀୟ ଲୋକେ କିମ୍ବା ଯୁବକଙ୍କ ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁନାହାନ୍ତି।

Cuttack
Advertisment
Advertisment