ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।
ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଝାଙ୍ଗ ପୋଲିସକୁ କହିଥିଲେ ଯେ ସେ ଶୋଇଥିବା ବେଳେ ପିଲାମାନେ ଅସାବଧାନତା ବଶତଃ ପଡିଯାଇଥିଲେ। ତଳେ ଲୋକଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା।
ଚଳିତ ବର୍ଷ ଏହାକୁ ମିଶାଇ ଆମେରିକାରେ ୪ ଜଣ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହେଲାଣି । ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା।
ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି ।
ଦିନେ ରକ୍ଷା କରିବାକୁ ଦେଇଥିଲା ଶପଥ, ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ... ସେହି ହାତରେ ମାରିଦେଲା ଭାଇ । ରକ୍ଷାର କବଚ ସାଜିବା ଜାଗାରେ ପାଲଟିଲା ହତ୍ୟାକାରୀ ।
ମହିଳାଙ୍କ ବେଡରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିଲେ ଡାକ୍ତରୀ ଛାତ୍ର। ରେକର୍ଡ କରୁଥିଲେ ଅଶ୍ଲୀଳ ଭିଡିଓ। ଚେନ୍ନାଇରେ ସାମ୍ନାକୁ ଆସିଛି ଏଭଳି ଘଟଣା।
ଗତକାଲିଠାରୁ ଦୁହେଁ ଘରକୁ ଫେରିନାହାନ୍ତି। ଏନେଇ ଜଣେ ଛାତ୍ରୀଙ୍କ ମା’ ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ଛତିଶଗଡ଼ ଜଙ୍ଗଲରେ ହମାସ ଷ୍ଟାଇଲର ଟନେଲ୍ । ଦାନ୍ତେୱାଡ଼ାରେ ଲାଲବାହିନୀର ବିଶାଳ ସୁଡ଼ଙ୍ଗ ଠାବ ।
ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା ।
ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...
ପୂର୍ବରୁ ୨୦୨୩ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।
ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କରିବା ସହ ଘର ମାଲିକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। ତେବେ ଲୁଟେରାଙ୍କ ବାବଦରେ ପୋଲିସ ଏଯାଏଁ ଟେର ପାଇନାହିଁ ।
ସାଲଭାଡୋରର ଜେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ ବୋଲି ବିବେଚନା କରାଯାଏ। ଏଠାରେ ଲୋକଙ୍କୁ ଜୀବନ୍ତ ପୋଡି ଦିଆଯିବା ଏବଂ ମୁଣ୍ଡ କାଟିବା ପରେ ଫୁଟବଲ ଖେଳିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଉଭୟ ଏକ କାର ଯୋଗେ ଘରୁ ଯାଇଥିଲେ। ଗତ ୫ମାସ ପୂର୍ବରୁ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବେ ଏକ ପ୍ରାଇଭଟ କମ୍ପାନୀ ଚାକିରି ଛାଡିଦେଇଥିଲେ।
ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ । ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଦେଇଥିଲେ।
ରୋଗୀ ଗୁରୁତର ହେଲେ ପ୍ରାଣ ବଞ୍ଚାଇବାକୁ ବଡ଼ ମେଡିକାଲ ଆସନ୍ତି। ହେଲେ ସେଠି ଯଦି ଡାକ୍ତର ଡାକି ଡାକି ନଶୁଣନ୍ତି, ତାହାଲେ ରୋଗୀ ଆଉ ବଞ୍ଚିବ ତ ? ଠିକ୍ ସେୟା ହିଁ ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ। ଆଉ ରୋଗୀଙ୍କ ସଂପର୍କୀୟ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ବି ମାରପିଟ୍ କରିଛନ୍ତି।
୮ ମାସ ପୂର୍ବେ ୧୯ ବର୍ଷୀୟ ବଲାରମଥୀଙ୍କ ବିବାହ ୨୪ ବର୍ଷୀୟ ପାଣ୍ଡିଆନଙ୍କ ସହ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ପାଣ୍ଡିଆନ୍ ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଚଳନ୍ତା ବସ୍ରୁ ଠେଲି ଦେଇଛନ୍ତି।
ଏହି ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବା ଅନ୍ୟ ୧୪ ଯବାନ ଗୁରୁତର ହୋଇଥିବା ସୂଚନା।
ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ୧୫ ଜଣ PFI ସଦସ୍ୟଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି ମାଭିଲିକାରା ସେସନ୍ କୋର୍ଟ।
ସାହାରା ଓଭରବ୍ରିଜ୍ ତଳୁ ସତ୍ୟେନ୍ଦ୍ର ସିଂ ଶେଖାୱତକୁ ଗିରଫ କରାଯାଇଥିଲା। ତା’ ନିକଟରୁ ନଗଦ ୨.୪୭ ଲକ୍ଷ ଟଙ୍କା, ମହିନ୍ଦ୍ରା ସ୍କର୍ପିଓ, ୧୧ଟି କାରର ଇଲୋକ୍ଟ୍ରୋନିକ୍ ଚାବି ଓ ନକଲି ନମ୍ବର ପ୍ଲେଟ୍ ଆଦି ଜବତ କରାଯାଇଛି।
ଛାତିକୁ ଥରାଇ ଦେବା ଭଳି ଏ ଘଟଣା । ଘରେ ପଶିଲା...ଲୁଟ ପାଇଁ ହତ୍ୟା ଉଦ୍ୟମ କଲା । ସୁନା ଚେନ ଲୁଟିବା ପାଇଁ ହତ୍ୟା ଉଦ୍ୟମ । ବେକରେ ଗାମୁଛା ଗୁଡ଼ାଇ ଜଣେ ବୟସ୍କା ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ନୋମିନି ରଖିଲେନି ବୋଲି ମାରିଦେଲା । ନିଜେ ବେକାର ଥିଲା କିନ୍ତୁ ଅଫିସର ସ୍ତ୍ରୀକୁ ମାରିଦେଲା । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁନିଆ ମିଛସତ କହି ପୋଲିସକୁ ଭୁତାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ଧରା ପଡ଼ିଲା ।
ହେଲ୍ମେଟ୍ ପିନ୍ଧି କଳା ପଲ୍ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ।