/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715685155.jpg)
Cyber Lootera
ବାହାଘରରେ ଦାମୀ ଗିଫ୍ଟ ଦେବେ କହି ଠକିଦେଲେ ୩ ଭାଇ। କହିଥିଲେ ବାହା ହେଲେ ଦୁନିଆର ସବୁଠୁ ଦାମୀ ଉପହାର ଦେବେ। ହେଲେ ଲଗାଇଲେ ଚୂନା। ଦାମୀ ଗିଫ୍ଟ ଦେବାକୁ କହି ଲୁଟିନେଲେ ୨ଲକ୍ଷ ଟଙ୍କା। ଏମିତି ଘଟଣା ଘଟିଛି ଲକ୍ଷ୍ନୌ ଇନ୍ଦିରାନଗରରେ। ସଲମା ନାମକ ଜଣେ ଯୁବତୀଙ୍କଠୁ ୩ ଅଭିଯୁକ୍ତ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ବି ରୁଜୁ ହୋଇଛି।
ପ୍ରଥମେ ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ। ଏହାପରେ ଗଢ଼ିଉଠିଲା ଭାଇ ଭଉଣୀର ସମ୍ପର୍କ। ତା’ପରେ ଠକେଇର ଶିକାର ହେଲେ ଭଉଣୀ। ସଲମାଙ୍କ ସହ ଇନଷ୍ଟାଗ୍ରାମ ଜରିଆରେ ୩ ଯୁବକ ବନ୍ଧୁତ୍ୱ ସମ୍ପର୍କ ସ୍ଥାପନ କରିଥିଲେ। ୩ ଯୁବକଙ୍କ ନାଁ ହେଲା ରବି କୁମାର, ରାଣା ପ୍ରତାପ ସିଂ ଏବଂ ମନୋଜ। ସଲମାଙ୍କ ଭିତରେ ନିଜ ପାଇଁ ଭରସା ଆଣିଥିଲେ ୩ ଲୁଟେରା। ୩ ଜଣଙ୍କୁ ଭାଇ ଭାବେ ଗ୍ରହଣ କରିନେଇଥିଲେ ସଲମା। ଏହାର ଫାଇଦା ଉଠାଇ ସଲମାଙ୍କୁ କଳାକନା ବୁଲାଇଲେ ୩ ଲୁଟେରା।
ସଲମାଙ୍କ କହିବାନୁଯାୟୀ ବନ୍ଧୁତ୍ୱର କିଛିଦିନ ପରେ ରବି ତାଙ୍କୁ ଫୋନ୍ କରି କହିଥିଲେ ଯେ, ସେ ତାଙ୍କ ବାହାଘର ପାଇଁ ଦାମୀ ଜିନିଷ ପଠାଇବାକୁ ଚାହୁଁଛନ୍ତି। ଏଥିପାଇଁ ସଲମାଙ୍କ ପରିଚୟପତ୍ର ଅର୍ଥାତ ଆଧାରକାର୍ଡ ଓ ଫଟୋ ଆବଶ୍ୟକ। ଏହାପରେ ମନୋଜ ତାଙ୍କୁ କଲ୍ କରି କହିଥିଲେ ଯେ ରବି ପଠାଇଥିବା ଜିନିଷ ଏୟାରପୋର୍ଟରେ ସିଜ୍ ହୋଇଯାଇଛି।
ତେବେ ଜିନିଷ ଆଣିବା ପାଇଁ ଏକ ନିର୍ଦ୍ଧିଷ୍ଟ ଅଙ୍କର ଟଙ୍କା ଦେବାକୁ ପଡ଼ିବ। ଟଙ୍କା ଦେବା ପାଇଁ ସଲମା କିନ୍ତୁ ମନା କରିଦେଇଥିଲେ। କିନ୍ତୁ ମନୋଜ ତାଙ୍କୁ ଡରାଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସିବିଆଇ, କ୍ରାଇମବ୍ରାଞ୍ଚ ଏବଂ ଆୟକର ବିଭାଗ ତାଙ୍କୁ ଗିରଫ କରିବେ।
ଲୁଟେରାଙ୍କ ଧମକ ଶୁଣି ବାଧ୍ୟ ହୋଇ ସଲମା ୧.୯୪ ଲକ୍ଷ ଟଙ୍କା ଅନଲାଇନ୍ରେ କ୍ୟୁ ଆର୍ କୋଡ୍ ଜରିଆରେ ଦେଇଥିଲେ। ଏହାପରେ ସେ ଲୁଟେରାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏନେଇ ତଦନ୍ତ ବି ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)