Crime
ମେ୩ ତାରିଖ । ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ମେ ୫ ତାରିଖ । ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହେଲା ମାମଲା । ମେ ୭ ତାରିଖ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ମେ ୧୨ ତାରିଖ। ଘଟଣାର ୧୦ ଦିନ ପରେ ବି ତାତି ଥମୁନଥିବା ବେଳେ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି।
Advertisment
ଦଳ କହିଛି, ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ସମସ୍ତଙ୍କ ମେଡିକାଲ ପରୀକ୍ଷା ବି କରାଇଥିଲା। ହେଲେ କୋର୍ଟ ଚାଲାଣ କରିବା ବେଳକୁ ୩ ଜଣଙ୍କୁ ଛାଡିଦେଇଥିଲା ପୋଲିସ । ଏମାନଙ୍କ ମଧ୍ୟରେ ରହିଛି ଗଞ୍ଜାମର ବିଜେଡି ଛାତ୍ର ନେତା ବିକ୍ରମ ଜେନା। ବିଜେପି ଅଭିଯୋଗ କରିଛି, ଜିଲ୍ଲାର ବଡ ବଡ ବିଜେଡି ନେତାଙ୍କ ସହ ବିକ୍ରମର ସଂପର୍କ ରହିଛି। ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ଖାସ୍ ହେଉଛି ବିକ୍ରମ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)