/odishatv-khabar/media/post_attachments/uploadimage/library/16_9/16_9_0/Crime_1715439351.jpg)
Crime
ଭୁବନେଶ୍ୱରରେ ଡ୍ୟାନ୍ସ ଗାର୍ଲଙ୍କୁ ହତ୍ୟା ନା ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଜଗତସିଂହପୁର ଅଲଣା ଗାଁର ଯୁବତୀ ସୁଲୋଚନା ଦାସ । ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଜଣେ ଯୁବକଙ୍କ ସହ ରହୁଥିଲେ । ବିବାହ ପାଇଁ ବାରମ୍ବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ତେବେ ମ୍ୟାରେଜକୁ ନେଇ ମନ ମାଳିନ୍ୟ ହୋଇଥାଇପାରେ । ଯେଉଁଥିପାଇଁ ବୟଫ୍ରେଣ୍ଡ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକ ।
ଗତକାଲି ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିଥିଲେ । ସୁନ୍ଦର ନୃତ୍ୟଶୈଳୀ, ସୁନ୍ଦର ଏକ୍ସପ୍ରେସନ । ବିନ୍ଦାସ ମିଜାଜ୍.. ବହୁତ ଖୁସିଥିବା ଜଣାପଡୁଛନ୍ତି। ହେଲେ ଆଜି କଣ ହେଲା ? ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଖୁସି ମିଜାଜର ଝିଅ ସୁମି ଓରଫ ସୁଲୋଚନା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ତେବେ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପା । ଭୁବନେଶ୍ୱରରେ ରହି ବର୍ଷେ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜରେ ଡ୍ୟାନ୍ସ କରୁଥିଲେ । ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଯୁବକ ସହିତ ସୁମି ରହୁଥିଲେ । ବିବାହ ପାଇଁ ବାରମ୍ବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ମ୍ୟାରେଜକୁ ନେଇ ମନ ମାଳିନ୍ୟ ହୋଇ ଥାଇପାରେ ।
ଯେଉଁଥିପାଇଁ ସେହି ଯୁବକ ହିଁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବଡ଼ଗଡ଼ ଥାନା ପୋଲିସ । ଘଟଣାସ୍ଥଳରେ ତଥ୍ୟ ସୁରାକ ଖୋଜୁଛି ସାଇଣ୍ଟିଫିକ ଟିମ୍ । ମୃତ୍ୟୁ ହୋଇଥିବା ରୁମରେ ପଡି ରହିଛି ଖାଇବା ଓ ମଦ ବୋତଲ ।
ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ପୋଲିସ । ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)