Advertisment

କିଡ୍‌ନାପ୍ ଷ୍ଟାଇଲ୍‌ରେ କରୁଥିଲେ ରିଲ୍ସ; ରାସ୍ତା ମଝିରୁ ଉଠାଇନେଲା ପୋଲିସ

ତେବେ ଲୋକମାନେ ପ୍ରଥମେ ଏହାକୁ ସତ ଅପହରଣ ବୋଲି ଭାବିନେଇଥିଲେ। ପୋଲିସ ବି ସତ ଅପରହଣ ଭାବିବା ସହ ୩ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ତଦନ୍ତ ପରେ ଏହା ଜଣାପଡିଲା ଯେ ସେମାନେ ରିଲ୍ସ ପାଇଁ ସୁଟିଂ କରୁଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
'Kidnapping' Reel

'Kidnapping' Reel

ଏବେ ରିଲ୍ସ ସମସ୍ତଙ୍କୁ ପାଗଳ କରିଛି। ରିଲ୍ସ ପାଇଁ ଲୋକ କିଛି ବି କରିବାକୁ ପ୍ରସ୍ତୁତ। ଭାଇରାଲ୍ ହେବାକୁ ଲୋକମାନେ ସବୁବେଳେ କିଛି ନା କିଛି କରୁଥାଆନ୍ତି। କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ଲୋକଙ୍କୁ ହସାଇ ହସାଇ ବେଦମ୍‌ କରିଦିଏ ପୁଣି ଆଉ କିଛି ଚକିତ ବି କରିଦିଏ। ମାତ୍ର ଏବେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟହେବେ। ରିଲ୍ସକୁ ରିୟଲ ଭାବି ୩ଯୁବକଙ୍କୁ ଉଠାଇ ନେଇଛି ପୋଲିସ।

Advertisment

ହାତରେ ହାତକଡ଼ି ପଡ଼ିଛି। ଅନ୍ୟଜଣେ ବ୍ୟକ୍ତି ଜୋର୍ ଜବରଦସ୍ତ କାର୍‌ ଭିତରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି। ଏପରି ଅପହରଣ ନାଟକ ଚାଲିଥିଲା ନୋଏଡାର ଜନବହୁଳ ଅଂଚଳର ଏକ ରାସ୍ତାରେ । ମାତ୍ର ଏହା ବାସ୍ତବରେ ନୁହେଁ। ରିଲ୍ସ ପାଇଁ ଏପରି ଅଭିନୟ କରିଥିଲେ ୩ଜଣ ଯୁବକ। ଖୁବଶୀଘ୍ର ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା। ପରେ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିନେଇଥିଲା ନୋଏଡା ସେକ୍ଟର-୨୦ ପୋଲିସ। ଗିରଫ ଯୁବକମାନେ ହେଲେ ଅଜିତ, ଦୀପକ ଏବଂ ଅଭିଷେକ।

ତେବେ ଲୋକମାନେ ପ୍ରଥମେ ଏହାକୁ ସତ ଅପହରଣ ବୋଲି ଭାବିନେଇଥିଲେ। ପୋଲିସ ବି ସତ ଅପରହଣ ଭାବିବା ସହ ୩ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ତଦନ୍ତ ପରେ ଏହା ଜଣାପଡିଲା ଯେ, ରିଲ୍ସ ସୁଟିଂ ଏପରି ଥିଲା ଯେ ଏହା ସତ ଅପହରଣ ପରି ମନେହେଉଥିଲା।

Advertisment

ଆସିଷ୍ଟାଣ୍ଟ ଡେପୁଟି କମିଶନର (ଏଡିସିପି) ମନୀଷ କୁମାର ମିଶ୍ର ଏହି ପରି କାର୍ଯ୍ୟକୁ ନିନ୍ଦା କରିବା ସହ କହିଛନ୍ତି ଯେ ସେମାନଙ୍କ କାର୍ଯ୍ୟକଳାପ କେବଳ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିନାହିଁ ଏବଂ ଏକ ବ୍ୟସ୍ତବହୁଳ ରାସ୍ତାରେ ଭୟର ବାତାବରଣ ସୃଷ୍ଟି କରିଛି। ଆଜିକାଲିର ଯୁବବର୍ଗ କିଛି ଲାଇକ୍ ପାଇବା ପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଉନାହାଁନ୍ତି।

ଏମିତି ଘଟଣା ପ୍ରତିଦିନ ଆମ ନଜରକୁ ଆସୁଛି। ମାତ୍ର ଏଠିକା ଏପରିଥିଲାଯେ, ପୋଲିସ ଆସିବାକୁ ବାଧ୍ୟ ହେଲା। ସୋସିଆଲ ମିଡିଆରେ ଲାଇକ୍ ପାଇବା ପାଇଁ ନିଜକୁ ବିପଦରେ ପକାନ୍ତୁ ନାହିଁ। ଏପରି କିଛି ଚେତାବନୀ ଦେଇ ଶେଷରେ ଏହି ତିନି ଯୁବକଙ୍କୁ ବେଲ୍‌ରେ ଛାଡିଥିଲା ପୋଲିସ।

Reels Video Kidnapping
Advertisment
Advertisment