Advertisment

ବୌଦ୍ଦ ହରଭଙ୍ଗା ଲୁଣିବାହାଲ କିସ୍ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା

ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ।

author-image
Manoranjan Behera
KISS Campus

KISS Campus

ବୌଦ୍ଧ ସ୍ଥିତ ହରଭଙ୍ଗା ବ୍ଲକ ଲୁଣିବାହାଲ କିସ୍ ବିଦ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜା। ଗୋଚର ଜମି ଉପରେ ବେଆଇନ ରାସ୍ତା ନିର୍ମାଣ, ସ୍ଥାନୀୟ ଲୋକଙ୍କୁ ସ୍କୁଲରେ ନିଯୁକ୍ତି ନମିଳିବା, ନାମଲେଖା ନାଁରେ ଆଦିବାସୀ ପିଲାଙ୍କୁ ଶୋଷଣ ଆଦି ଏକାଧିକ ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି ଲୁଣିବାହାଲ ଗ୍ରାମବାସୀ।

Advertisment

ଶତାଧିକ ପୁରୁଷ ଏବଂ ମହିଳା ବିକ୍ଷୋଭ କରିବା ସହ ଏସବୁ ସମସ୍ୟାର ସମାଧାନ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ତେବେ ଲୁଣିବାହାଲ ଗ୍ରାମବାସୀ ଉଠାଇଥିବା ଅଭିଯୋଗ ପ୍ରସଙ୍ଗରେ କିସ୍ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବାବେଳେ ଏଭଳି ଘଟଣାର କାରଣ ସଂପର୍କରେ କିଛି ଜାଣିନାହୁଁ ବୋଲି ସ୍ଥାନୀୟ କିସ୍ ସ୍କୁଲ୍ କର୍ମଚାରୀ କହିଛନ୍ତି।

ଲୁଣିବାହାଲ ଗାଁର କାଶୀନାଥ ସେଠୀ କହିଛନ୍ତି, ଏଇ ଜମିଟା ଗୋଚର ଥିଲା। ସେହି ଜମିରେ ସେମାନେ ରାସ୍ତା ଓ କୋଠା କଲେ। ଯେଉଁଥିପାଇଁ ଆମ ଗାଁର ଗୋରୁ ଗାଈମାନେ ଚରିପାରୁ ନାହାନ୍ତି। ଏଥିସହ ମଶାଣୀକୁ ଯିବା ପାଇଁ ଥିବା ରାସ୍ତା ବନ୍ଦ କରିଦେଲେ। ଯେଉଁଥିପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ ବୋଲି କାଶୀନାଥ କହିଛନ୍ତି।

Advertisment

ସେହି ଗାଁର ରବି ପ୍ରଧାନ କହିଛନ୍ତି, ଗୋଚର ଓ କିଛି ବ୍ୟକ୍ତିଗତ ଚାଷ ଜମିରେ ତିଆରି ହୋଇଛି କିସ୍‌। ଏହି ଜମିକୁ ଘରବାରିରେ ରୂପାନ୍ତରିତ କରାନଯାଇ ଏତେ ବଡ଼ କୋଠା ଠିଆ ହେଲା କେମିତି? ମନ୍ତ୍ରୀ ପ୍ରଦୀପ ଅମାତ ଓ ସ୍ଥାନୀୟ ସାଂସଦଙ୍କ ମଧୁଚନ୍ଦ୍ରୀକାରେ ଏପରି ଦୁର୍ନୀତି ଗ୍ରସ୍ତ କାର୍ଯ୍ୟ ହୋଇଛି। ତେଣୁ ଆମେ ଦାବି କରୁଛୁ, ଏହି ଅନୁଷ୍ଠାନକୁ ଏଠାରୁ ହଟା ଯାଉ ଓ ଗରିବଙ୍କୁ ସେମାନଙ୍କ ଜମି ଫେରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Protests
Advertisment
Advertisment