ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।
ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।
ଦେଶରେ ୨୪ ଘଣ୍ଟାରେ ୪ ହଜାର ୨୭୦ ଆକ୍ରାନ୍ତଙ୍କ ସହ ୩୪ ଦିନ ପରେ ୧ ପ୍ରତିଶତ ପାର୍ କଲା ଡେଲି ପଜିଟିଭିଟି ରେଟ୍...ମହାରାଷ୍ଟ୍ର ଓ କେରଳକୁ ମିଶାଇ ୫ ରାଜ୍ୟରେ କ୍ଲଷ୍ଟର୍ ସର୍ଭେଲାନ୍ସକୁ ଜୋର୍ଦାର କରିବାକୁ କେନ୍ଦ୍ରର ଚିଠି...
ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଲେ ସୋନିଆ
ପୁଣିଥରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହାମାରୀ କରୋନା ତା’ର କାୟାବିସ୍ତାର କରିବା ଆରମ୍ଭ କରିଛି। ପଜିଟିଭିଟି ରେଟ୍ ୮.୪ ପ୍ରତିଶତକୁ ବୃଦ୍ଧିପାଇଛି ।
ଓମିକ୍ରନ୍ର ପ୍ରଥମ ସବ୍ ଭାରିଏଣ୍ଟ ଚିହ୍ନଟ । ମହାରାଷ୍ଟ୍ରରେ ୭ ଜଣଙ୍କ ଠାରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା...
MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।
ଜାତୀୟ ଗ୍ରୀନ ଟ୍ରିବୁନାଲ୍ରେ ଅଭିଯୋଗ ପରେ ଏନଜିଟି ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍ ଲକ୍ଷଣ ନାହିଁ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଣ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର
ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ମାତ୍ର ୧୮ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଟିକା ନେବା ଲାଗି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟୀକାକରଣକୁ ପ୍ରାଧାନ୍ୟ ଦିଆଯାଉଛି ।
କିଶୋରଙ୍କ ପରେ ଏବେ ପିଲାଙ୍କୁ ମିଳିବ କରୋନା କବଚ । ୫ରୁ ୧୨ ବର୍ଷ ବୟସ ବର୍ଗଙ୍କ ଲାଗି ଦୁଇଟି କୋଭିଡ୍ ଟିକାକୁ ଅନୁମୋଦନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ- DCGI । ୬ରୁ ୧୨ ବର୍ଷ ବୟସର ପିଲାଙ୍କ ଲାଗି ଭାରତ ବାୟୋଟେକ୍ର କୋଭିଡ୍ ଟିକା- କୋଭାକ୍ସିନ୍ର ଜରୁରୀ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି DCGI ।
ହାଇଦ୍ରାବାଦ୍ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି ।
ପିଲାଙ୍କୁ ମିଳିବ ୩ ଟି ଟିକା । ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGI ଅନୁମତି ଦେଇଛି ।
ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।
୫ରୁ ୧୧ ବର୍ଷ ପିଲାଙ୍କୁ ଖୁବ୍ ଶୀଘ୍ର ମିଳିପାରେ କରୋନା କବଚ । ଏଥିପାଇଁ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ଲାଗି ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ସୁପାରିଶ କରିଛି ଏକ୍ସପର୍ଟ କମିଟି । କରୋନାର ଚତୁର୍ଥ ଲହର ଆଶଙ୍କା ଭିତରେ ସ୍କୁଲ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛୋଟ ପିଲାଙ୍କ ଟିକାକରଣ ଖବର ଆଶ୍ୱସ୍ତି ଆଣିଛି ।
କୋର୍ବେଭାକ୍ସକୁ ଅନୁମୋଦନ ମିଳିଲେ ରାଜ୍ୟରେ କିଭଳି ହେବ ଏ ବର୍ଗଙ୍କ ଟିକାକରଣ ? ଏଥିପାଇଁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର ?
ଶିଶୁଙ୍କୁ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ ଲାଗି DCGIର ସୁପାରିସ ପରେ ପ୍ରତିକ୍ରିୟା ।
ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପରାମର୍ଶ । ଯଦି ଥଣ୍ଡା ଜ୍ୱରର ଲକ୍ଷଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଡିସିଜିଆଇର ଅନୁମତି ମିଳିଲେ ଏହି କରୋନା ଟିକା ପିଲାଙ୍କ ପାଇଁ ଜରୁରୀକାଳନୀ ବ୍ୟବହାର କରାଯାଇ ପାରିବ । ବାୟୋଲଜିକାଲ ଇ ଫାର୍ମା କମ୍ପାନୀ ପକ୍ଷରୁ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ ହୋଇଛି ।
ଓଡ଼ିଶାରେ କରୋନା ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶର R ଭାଲ୍ୟୁ ୧ ଟପିବା ପରେ, ଚିନ୍ତା ଦ୍ୱିଗୁଣିତ ହୋଇଛି ।