/odishatv-khabar/media/post_attachments/uploadimage/library/16_9/16_9_0/Corbevax_1652715027.jpg)
Corbevax
୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା । କରୋନା ଟିକା କୋର୍ବେଭାକ୍ସ ନିର୍ମାତା କଂପାନୀ ବାୟୋଲୋଜିକାଲ-ଇ ଆଜି ତାର ଟିକାର ଦର କମାଇଛି । ପୂର୍ବରୁ ଟିକାର ପ୍ରତି ଡୋଜ୍ ପିଛା ଦର ୮୪୦ ଟଙ୍କା ଥିବା ବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ଚାର୍ଜକୁ ମିଶାଇ ଟିକାର ପ୍ରତି ଡୋଜ୍ ପିଛା ଦର ୪ଶହ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ୧୨ରୁ ୧୭ ବର୍ଷ କିଶୋରଙ୍କୁ ଏହି ଟିକା ଦିଆଯାଉଛି ।
ଅନ୍ୟପଟେ ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ଶହେ ତଳେ ଥିଲେ ବି ରାୟଗଡ଼ା ଚିନ୍ତା ବଢ଼ାଇଛି । ଗତ ସପ୍ତାହରେ ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଥିଲେ । ଚିହ୍ନଟ ଛାତ୍ରଙ୍କ ନିକଟରେ କୌଣସି କୋଭିଡ୍ ଲକ୍ଷଣ ନାହିଁ । ଟେଷ୍ଟିଂ ବେଳେ ୬୪ ଜଣ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର RRT ଟିମ୍ ପକ୍ଷରୁ କୋଟଲାଗୁଡା ସ୍ଥିତ ବ୍ଳକ -୧ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ RTPCR ଟେଷ୍ଟ କରାଯାଇଥିଲା । ଏଥିରେ ୪୪ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)