• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୫ରୁ୧୨ ବର୍ଷ ବୟସର ପିଲାମାନଙ୍କୁ ଟୀକା ଦେବା ପାଇଁ DCGI ଜରୁରୀକାଳୀନ ଅନୁମତି

୫ରୁ୧୨ ବର୍ଷ ବୟସର ପିଲାମାନଙ୍କୁ ଟୀକା ଦେବା ପାଇଁ DCGI ଜରୁରୀକାଳୀନ ଅନୁମତି ପ୍ରଦାନ କରିଛନ୍ତି । ଏହା ଉପରେ ଭାରତ ସରକାରଙ୍କ ଏକ୍ସପର୍ଟ ଗ୍ରୁପ ନିଷ୍ପତି ନେବେ । ପରେ ଭାରତ ସରକାର ରାଜ୍ୟଗୁଡ଼ିକୁ ମାର୍ଗଦର୍ଶିକା ଦେଲା ପରେ ଏହି ବର୍ଗର ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହେବ ।

ରାଜ୍ୟରେ ୫ ରୁ୧୨ ବର୍ଷ ବୟସର ୫୯ ଲକ୍ଷ ୪୩ ହଜାର ପିଲା ରହିଛନ୍ତି, ୩ ହଜାର ଟିକାକରଣ କେନ୍ଦ୍ର ରହିଛି, ତେଣୁ ଟୀକାକରଣ ଲାଗି କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସାଢେ ୬ କୋଟିରୁ ଅଧିକ ଟିକାକରଣ ସରିଲାଣି ।

୧୨ରୁ ୧୪ ବର୍ଷର ୭୮ ପ୍ରତିଶତ ପିଲା ଟିକା ନେଇଥିବା ବେଳେ ୧୫ ରୁ୧୮ ବର୍ଷ ବୟସର ୮୮ ପ୍ରତିଶତ ପିଲାଙ୍କୁ ଟିକା ଦିଆଯାଇଛି । ସେହିପରି ୧୮ ବର୍ଷରୁ ଉର୍ଦ୍ଧ ବର୍ଗର ପ୍ରଥମ ଡୋଜ ୯୬% ରହିଥିବା ବେଳେ ଦ୍ୱିତୀୟ ଡୋଜ ୮୭% ଲୋକ ନେଇଛନ୍ତି । ଚତୁର୍ଥ ଲହର ଆଶଙ୍କା ରହିଥିବାରୁ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନ ଯଥାଶୀଘ୍ର ଟିକା ନେବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଏବେ ଦେଶରେ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ । ସଭିଙ୍କ ମନରେ ଚତୁର୍ଥ ଲହର ଭୟ । ଟିକା ଗବେଷଣାକାରୀଙ୍କ ମତ, ଯେପଯର୍ୟନ୍ତ ସାରା ଦେଶର ଲୋକଙ୍କୁ ଟିକା ଦ୍ୱାରା ସୁରକ୍ଷା ଯୋଗାଇ ଦିଆନଯିବ, କରୋନା ଭୂତାଣୁ ତାର ରୂପ ବଦଳାଇ ଡରାଇ ଚାଲିଥିବ । ଆମେ ସମସ୍ତେ ଟିକାକରଣରେ ସାମିଲ ହେଲେ ହିଁ ସଂକ୍ରମଣ ହାର କମିବ, ନୂଆ ମ୍ୟୁଟେସନ ଭୟ ବି ରହିବନି ।