• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧି। ହେଲେ ତା’ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ସୋନିଆ ଆଇସୋଲେସନରେ ରହିଛନ୍ତି ।

ଜ୍ୱର ଏବଂ ଅନ୍ୟ କିଛି ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ସୋନିଆଙ୍କ ଟେଷ୍ଟ ପଜିଟିଭ ଆସିଥିବା ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜେୱାଲା ସୂଚନା ଦେଇଛନ୍ତି । ଅତୀତରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଅନେକ ନେତା ଏବଂ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ସୁରଜୱାଲାଙ୍କ ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ବୁଧବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱର ହୋଇଥି ଲା। ଏହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ଅଛନ୍ତି ।

ସୂଚନାଯୋଗ୍ୟ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ନୋଟିସ ପଠାଇଛି । ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା’ ପୁଅଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୮ ତାରିଖରେ ଇଡି କାର୍ଯ୍ୟକାଳରେ ହାଜର ହେବାକୁ କୁହାଯାଇଛି ।