/odishatv-khabar/media/post_attachments/uploadimage/library/16_9/16_9_0/Covid_19_1654496623.jpg)
Covid 19
ପୁଣି ଦେଶରେ କଡ଼ ଲେଉଟାଇଲାଣି ମହାମାରୀ କରୋନା । ଗଲା କିଛି ଦିନ ହେଲା ଲଗାତାର ଭାବେ ଦେଶରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ୨ ହଜାର ୭ଶହ ୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସାରା ଦେଶରେ ୨୫ ହଜାର ୭୮୨ ଆକ୍ଟିଭ୍ କେସ୍ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେ ସୁଦ୍ଧା ୧୯୪ କୋଟି ୧୨ ଲକ୍ଷ ୮୭ ହଜାର ଟିକାକରଣ ସରିଛି ।
ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ । ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।
କେରଳରେ ଗତକାଲି ସର୍ବାଧିକ ୧ ହଜାର ୪୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ମହାରାଷ୍ଟ୍ରରେ ଲଗାତାର ଚତୁର୍ଥ ଦିନ ଲାଗି ଡେଲି କେସ୍ ହଜାରେ ଉପରେ ରହିଛି । ପୂରା ମହାରାଷ୍ଟ୍ରରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତାର ୬୫ ପ୍ରତିଶତ କେବଳ ମୁମ୍ବାଇ ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)